ନବୀନଙ୍କ ଗୋଟେ ଫୋନ ଶୁଣିଲେ ଦିଦି ତୁଟିଲା ବିବାଦ !

ନବୀନଙ୍କ ଗୋଟେ ଫୋନ ଶୁଣିଲେ ଦିଦି ତୁଟିଲା ବିବାଦ !

ଓଡିଶାର ଗୌରବ କୋଟି ଓଡିଆଙ୍କ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ପାଲା । ଜଗନ୍ନାଥ ଧାମ କହିଲେ ପ୍ରତିଟି ଓଡିଆଙ୍କ ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ରକୁ ବୁଝାଇଥାଏ । ହେଲେ ଶ୍ରୀକ୍ଷେତ୍ର ପରିବର୍ତ୍ତେ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ପରେ ବିବାଦ ସୃଷ୍ଟି ହୋଇଛି । ଆଉ ଏହି ବିବାଦକୁ ଟାଣି ହୋଇ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀଘାରେ ମମତା ଦିଦି ଜଗନ୍ନାଥ ମନ୍ଦିର ତିଆରି କଲେ, ଏହାକୁ ଜଗନ୍ନାଥଧାମ ବୋଲି ଘୋଷଣା କଲେ । ହେଲେ ଏତେ ସବୁ ପରେ ବି, କାହିଁକି ଚୁପ୍ ବସିଛନ୍ତି ନବୀନ ବାବୁ? ଯେତେବେଳେ ମମତା ବାନାର୍ଜୀ ସନାତନ ଧର୍ମ ଆଉ ପୁରୀ ଧାମ ଉପରେ ପ୍ରଶ୍ନ ସୃଷ୍ଟି କରୁଛନ୍ତି ସେତେବେଳେ ନବୀନ ବାବୁ କେମିତି ଚୁପ୍ ବସିଛନ୍ତି ? ପୁରୀରେ ଜଗନ୍ନାଥ ଧାମ ଥାଉ ଥାଉ, ଦୀଘାରେ ଆଉ ଗୋଟିଏ ଜଗନ୍ନାଥ ଧାମ କେମିତି ତିଆରି ହେବ? ସେ କଣ ବଡ଼ ଭାଇ ହେଇ, ଭଉଣୀକୁ ବୁଝାଇବା ଠିକ୍ ନୁହେଁ କି? ଏମିତି କିଛି କଥା କହି ବିଜେପି ସାଂସଦ ପ୍ରଦୀପ ପୁରୋହିତ ଜଗନ୍ନାଥଧାମ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ।

ସନାତନ ଧର୍ମରେ ଚାରିଧାମ ରହିଛି । ଦ୍ୱାରିକା,ରାମନାଥ,ବଦ୍ରିନାଥ ଓ ଜଗନ୍ନାଥ ଧାମ । ଆଉ ଏବେ ମମତାଙ୍କ ରାଜନୈତିକ ପାଲା ରାଜ୍ୟରାଜନୀତିର ତାତିକୁ ଉଷ୍ମ କରିଛି । ବିଜେପି ନେତା ତଥା ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସିଧା ସିଧା ପ୍ରଦୀପ ପୁରୋହିତ କହିଛନ୍ତି, ନବୀନ ବାବୁ ହସ୍ତକ୍ଷେପ କଲେ, ମମତା ବାନାର୍ଜୀ ବୁଝିଯାଆନ୍ତେ । ମୋତେ ଲାଗୁଛି ନବୀନ ବାବୁଙ୍କ ପରାମର୍ଶରେ ବୋଧେ ମମତା ବାନାର୍ଜୀ ଜଗନ୍ନାଥ ଧାମ କରିଛନ୍ତି । ଆଉ ଯଦି ନବୀନ ଏନେଇ ପରାମର୍ଶ ଦେଇନାହାଁନ୍ତି ତେବେ ନିଜ ଭଉଣୀଙ୍କୁ ସେ ଚିଠି ଲେଖନ୍ତୁ ନହେଲେ ଟେଲିଫୋନ୍ କରି ବୁଝାନ୍ତୁ ବୋଲି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଆଉ ଖୋଦ୍ ଜଗନ୍ନାଥଙ୍କ କଥା ସାମ୍ନାକୁ ଆସିଛି ସେତେବେଳେ ବିରୋଧୀ ଦଳ ନେତା ଭାବେ ନବୀନ ଚୁପ୍ ରହିବା ରାଜ୍ୟରାଜନୀତିକୁ ଉଷ୍ମ କରିଥିବା ବେଳେ ମୁହଁ ଖୋଲିଛନ୍ତି ମମତା ବାନାର୍ଜୀ । କହିଲେ, “ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ଆମେ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମାନ କରୁଛୁ । କାଳୀ ମନ୍ଦିର ଶିବ ମନ୍ଦିର ଦେଶର ପ୍ରତ୍ୟେକ ସ୍ଥାନରେ ରହିଛି । ତେବେ ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି ? ବିଜେପି କିଛି କଲେ ଆମେ ତ କିଛି ପ୍ରଶ୍ନ ଉଠାଇନୁ । ଏସବୁ ଭିତରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ରୁ ଜଗନ୍ନାଥ ଧାମ ଲେଖା ହଟାଯାଇଛି । ମମତାଙ୍କ ବିଭାଜନ ରଣନୀତି ଫେଲ ମାରିଥିବା କହି ଟ୍ୱିଟ କରି ଏପରି କିଛି ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ୍ ମୁଖ୍ୟ ।

author

Related Articles

Leave a Reply

Your email address will not be published. Required fields are marked *