ନବୀନଙ୍କ ଚିନ୍ତାରେ ବିଜେଡି ନେତା !

ନବୀନଙ୍କ ଚିନ୍ତାରେ ବିଜେଡି ନେତା !

ଏବେ ବି ନବୀନଙ୍କ ପାଖେ ପାଖେ ରହୁଛନ୍ତି ବବି । ପ୍ରଚ୍ଛଦ ପଟରେ ରହି ନବୀନଙ୍କ ପାଇଁ ରାସ୍ତା କରୁଛନ୍ତି ପ୍ରଣବ । ହଁ ଆଜ୍ଞା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଠାରୁ ଦୂରରେ ରହୁଥିବା ବାହାନା କରୁଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । କ୍ୟାମେରା ସାମ୍ନାକୁ ନଆସି କ୍ୟାମେରା ପଛରେ ରହିବା ସହ ନବୀନଙ୍କୁ ଫୁଲ ପ୍ରୋଟେକ୍ସନ ଦେଉଛନ୍ତି ବବି । ଯାହାର ଉଦାହରଣ ଏବେ ନବୀନଙ୍କ ଗଞ୍ଜାମ ଗସ୍ତ ସମୟରେ ଦେଖିବାକୁ ମିଳିଛି । ନବୀନଙ୍କ ଦିନିକିଆ ଗଞ୍ଜାମଗସ୍ତ ପୂର୍ବରୁ ପ୍ରଥମେ ବରିଷ୍ଠ ନେତା ଦେବୀ ମିଶ୍ର ଗଞ୍ଜାମ ଆସି ସ୍ଥିତି ପରଖିବା ସହ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । କିନ୍ତୁ ଏତିକିରେ ସନ୍ତୁଷ୍ଟି ନପାଇ ବବି ମଧ୍ୟ ଗଞ୍ଜାମ ଗସ୍ତରେ ଆସି ପୂର୍ବ ପ୍ରସ୍ତୁତି ପରଖିଥିଲେ । ଯେପରି ନବୀନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ସେଥିପ୍ରତି ସଜାଗ ରହିଥିଲେ ବବି । କିନ୍ତୁ ନବୀନଙ୍କ ଗସ୍ତ ସମୟରେ ବବି ପ୍ରଚ୍ଛଦ ପଟରେ ରହିଥିଲେ । ଏବଂ କ୍ୟାମେରାରେ ଯେପରି ନବୀନ ଫୋକସରେ ରହିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ ।

ତେବେ ନିର୍ବାଚନ ପରଠାରୁ ବବି ନବୀନଙ୍କ ସହିତ ପୂର୍ବପରି ଏତେ ନିକଟତର ଥିବା ଦେଖିବାକୁ ମିଳିନି । ପୂର୍ବରୁ ନବୀନଙ୍କ ପାଖେ ପାଖେ ରହୁଥିବା ଏବଂ କାର‌୍ୟ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବବି ନିର୍ବାଚନରେ ହାରିବା ପରଠାରୁ କୌଣସି ସଭା ସମିତିରେ ପ୍ରମୁଖ ଭୂମିକା ଗ୍ରହଣ କରୁନାହାନ୍ତି । ଅନ୍ୟ ନେତାଙ୍କୁ ଆଗକୁ ଆଣି ନିଜେ ପଛରେ ରହୁଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏପରିକି ଦଳୀୟ ସଭାରେ ବବି ମଞ୍ଚ ତଳେ ମଧ୍ୟ ବସିବାକୁ ପଛାଇ ନଥିଲେ । କିନ୍ତୁ ଏସବୁକୁ ନେଇ ବବିଙ୍କୁ ନବୀନ କୋଣଠେସା କରିଥିବା ଚର୍ଚ୍ଚା ହେଉଥିଲା । ହେଲେ ଏସବୁ ବବି ଜାଣି ଜାଣି କରୁଥିବା ଅନେକ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି ।

author

Related Articles

Leave a Reply

Your email address will not be published. Required fields are marked *