ନବୀନଙ୍କ ଟାର୍ଗେଟରେ ଦିଲ୍ଲୀ ଦରବାର !

ନବୀନଙ୍କ ଟାର୍ଗେଟରେ ଦିଲ୍ଲୀ ଦରବାର !

ରାଜନୀତିରେ ସବୁବେଳେ ମାଷ୍ଟର ଷ୍ଟ୍ରୋକ ଖେଳୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣି ଥରେ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି । ଏଥିପାଇଁ ବାହାର ରାଜ୍ୟର ନେତାଙ୍କ ସହିତ ହାତ ମିଳାଇବା ସହିତ ଏବେ ଦିଲ୍ଲୀ ଗସ୍ତ କରୁଛନ୍ତି । ଆଉ ନବୀନଙ୍କ ଏ ରୂପ ଦେଖି ଏବଂ ଆକ୍ଟିଭନେସ ଦେଖି ଶାସକ ଦଳର ନେତାଙ୍କ ମନରେ ଛନକା ପଶିଯାଉଛି । କିନ୍ତୁ ଗଣମାଧ୍ୟମ ଆଗରେ ଓଲଟା ନବୀନଙ୍କୁ ସମାଲୋଚନା କରୁଛନ୍ତି ବିଜେପି ନେତା । ଦଳକୁ ବଞ୍ଚେଇବାକୁ ଯାଇ ନବୀନ ଏପରି ଅନ୍ୟ ବିରୋଧୀଙ୍କ ସହ ହାତ ମିଳାଉଥିବା ବୟାନ ବାଜି କରୁଛନ୍ତି । ଏପରିକି ନବୀନ ଇଣ୍ଟିମେଣ୍ଟ ସହ ଆଲାଇନ୍ସ କରିବାକୁ ଚେଷ୍ଟା ଚଳାଇଥିବା ବୟାନ ଦେଉଛନ୍ତି । କିନ୍ତୁ ଏହା ପଛରେ ଯେ. ନବୀନଙ୍କ କିଛି ଭିନ୍ନ ଉଦ୍ଦେଶ୍ୟ ରହିଛି ତାହା ବିଜେପି ନେତାଙ୍କୁ ବୁଝାପଡୁନି ।

ତେବେ ନିକଟରେ ପରିସୀମନ ପ୍ରକ୍ରିୟାକୁ ବିରୋଧ କରିବା ଉଦ୍ଦେଶ୍ୟରେ ନବୀନଙ୍କୁ ବାହାର ରାଜ୍ୟରୁ ଡାକରା ଆସିଥିଲା । ଡିଏମକେ ଲିଡର ଏମ କେ ଷ୍ଟାଲିନଙ୍କ ମନ୍ତ୍ରୀ ମଣ୍ଡଳରୁ ଦୁଇ ଜଣ ମନ୍ତ୍ରୀ ନବୀନଙ୍କୁ ଆସି ତାଙ୍କ ବାସଭବନରେ ଭେଟିବା ସହ ଡିଲିମିଟେସନକୁ ବିରୋଧ କରିବା ପାଇଁ ୭-୮ଟି ରାଜ୍ୟ ମେଳି କରୁଥିବା ବେଳେ ସେଥିରେ ସାମିଲ ହେବା ନେଇ ନିମନ୍ତ୍ରଣ ରହିଥିଲା । ଏବଂ ଚେନ୍ନାଇରେ ହେବାକୁ ଥିବା ଏହି ବୈଠକରେ ସାମିଲ ହେବା ନେଇ ନବୀନ ନିଷ୍ପତ୍ତି ନେଇଥିଲେ । ତେବେ ଏହି ବୈଠକରେ ଇଣ୍ଡିମେଣ୍ଟର ଅନେକ ସଦସ୍ୟ ସାମିଲ ହେବାକୁ ଥିବା ବେଳେ ସେମାନଙ୍କୁ ଭେଟିବା ଉଦ୍ଦେଶ୍ୟରେ ନବୀନ ଦିଲ୍ଲୀ ଯାଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ, ଏବେ ବି ବିଧାନସଭା ସହ ସଂସଦରେ ପୋଲାଭରମ ନିଆଁ ଲାଗି ରହିଛି । ଏବଂ ଏହି ପ୍ରକଳ୍ପକୁ ବିରୋଧ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ନେତାମାନେ ମାଲକାନଗିରିର ମୋଟୁରୁ ଏକ ପଦ ଯାତ୍ରା ଆରମ୍ଭ କରିଥିଲେ । ଯେଉଁଥିରେ ଛତିଶଗଡ, ଆନ୍ଧ୍ର , ବିହାର ଏବଂ ତେଲେଙ୍ଗାନାର ହଜାର ହଜାର ନେତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବଂ ମୋଟୁରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଆଗାମୀ ଦିନରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ହେବା ନେଇ ପ୍ଲାନିଂ ରହିଥିଲା । ତେଣୁ ନବୀନ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଯାଇଥିବା ଆଶଙ୍କା ମଧ୍ୟ କରାଯାଉଛି । କିନ୍ତୁ ପ୍ରକୃତରେ ନବୀନଙ୍କ ଦିଲ୍ଲୀ ଯିବା ପଛରେ କଣ ନିହିତ ଉଦ୍ଦେଶ୍ୟ ରହିଛି ତାହା କାହାରିକୁ ଜଣାନାହିଁ । କିନ୍ତୁ ବିଜେପି ନବୀନଙ୍କ ଗସ୍ତ ଦେଖି ଛାନିଆ ହୋଇଥିବା ଏବଂ ନବୀନଙ୍କ ପରେ ପରେ ମୋହନ ମଧ୍ୟ ଦିଲ୍ଲୀ ଯିବାରୁ ସ୍ପଷ୍ଟ ହୋଇପଡୁଛି । ତେବେ ଦେଖାଯାଉ ନବୀନଙ୍କ ଏହି ଗସ୍ତ ପଛର କାରଣ କଣ ରହୁଛି ଏବଂ ନବୀନଙ୍କ ଏ ରୂପରେ ବିଜେପି ଉପରେ କି ପ୍ରଭାବ ପଡୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *