ନବୀନଙ୍କ ନାଁ କାଟିଦେଲେ ମୋହନ !

ନବୀନଙ୍କ ନାଁ କାଟିଦେଲେ ମୋହନ !

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ପୁଣି ଗୋଟି ଚଳାଇଲା ବିଜେପି । ଦକ୍ଷିଣ ଓଡିଶା ବିକାଶ ପରିଷଦରେ ନବୀନଙ୍କ ନାଁକୁ ମିଳିଲାନି ସ୍ଥାନ । ହଁ ଆଜ୍ଞା, ଦକ୍ଷିଣ ଓଡିଶାର ବିକାଶ ପାଇଁ ନୂଆ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତିା ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ରହିଥିବା ବେଳେ ନୂଆ ସରକାର ଉତ୍ତର ଓଡିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ଏହି ପରିଷଦ ଗଠନ ହୋଇଛି । କିନ୍ତୁ ଏହି ପରିଷଦରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାଁକୁ ସ୍ଥାନ ମିଳିନଥିବା ସୂଚନା ମିଳିଛି । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଦକ୍ଷିଣ ଓଡିଶାର ବିକାଶ ପାଇଁ ଗଠନ ହୋଇଥିବା ଏହି ପରିଷଦରେ କଂଗ୍ରେସ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ସ୍ଥାନ ମିଳିଥିବା ବେଳେ ବିଜେଡି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କାହିଁକି ସ୍ଥାନ ମିଳିଲାନି ସେନେଇ ପ୍ରଶ୍ନ କରାଯାଉଛି । କାହିଁକି ନା ଦକ୍ଷିଣ ଓଡିଶାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ନବୀନ ଏବେ ବି ନେତୃତ୍ୱ ନେଉଛନ୍ତି । କିନ୍ତୁ ପରିଷଦରେ ତାଙ୍କ ନାଁକୁ ସ୍ଥାନ ଦିଆଯାଇନାହିଁ । ଏବଂ ବିଜେଡିରୁ ପାରଳାଖେମୁଣ୍ଡି ବିଧାୟକ ରୁପେଶ ଜେନାଙ୍କ ନାଁ ସ୍ଥାନ ପାଇଥିବା ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି ନବୀନଙ୍କ ସହ କାମ କରିବାକୁ ବିଜେପି ଚାହୁଁନି ନା ବିକାଶରେ ପୁଣି ନବୀନଙ୍କ ନାଁ ଯୋଡିବାକୁ ବିଜେପି ଚାହୁଁନି ସେନେଇ ଦ୍ୱନ୍ଦ୍ୱ ଉପୁଜିଛି ।

ତେବେ ଏହି ପରିଷଦରେ ନବୀନଙ୍କ ପରି ଅନ୍ୟ ଚର୍ଚ୍ଚିତ ଚେହେରାଗୁଡିକ ମଧ୍ୟ ବାଦ୍ ପଡିଛନ୍ତି । ଖୋଦ ବିଜେପିର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ ଏବଂ ଅନିତା ଶୁଭଦର୍ଶିିନୀଙ୍କୁ ଦଳ ଏହି ପରିଷଦରୁ ବାଦ୍ ଦେଇଛି । ଏହା ସହ କୋରାପୁଟ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଏଥିରେ ସ୍ଥାନ ପାଇନାହାନ୍ତିା ଏବଂ କଂଗ୍ରେସରୁ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ସରକାର ଏହି ପରିଷଦରେ ସାମିଲ କରିଥିବା ଜଣାପଡିଛି ।

ଅନ୍ୟପଟେ ଦେଖିବାକୁ ଗଲେ , କିଛି ଦିନ ହେବ ନବୀନ ଏକଦମ୍ ସାଇଲେଣ୍ଟ ରହିଛନ୍ତି । ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ନବୀନ ଗଣମାଧ୍ୟମ ସାମ୍ନାକୁ ଆସି ସଫେଇ ଦେବା ସହ ମୋହନ ସରକାରଙ୍କ ୁ ଟାର୍ଗେଟ କରୁଥିଲେ । କିନ୍ତୁ ଏବେ ସେ ପୂରା ଚୁପ୍ ରହିଛନ୍ତି । କିନ୍ତୁ ପୂର୍ବରୁ ଚୁପ୍ ରହୁଥିବା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବେ ଫୁଲ୍ ଆକ୍ଟିଭ ରହୁଛନ୍ତି । ବୁଲି ବୁଲି ବିଜେଡି ପାଇଁ ପ୍ରଚାର କରିବା ସହ ସଭା ସମିତିରେ ନେତାମାନଙ୍କୁ ଦଳକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଉଛନ୍ତି । ଆଉ ଏହି ପ୍ରସ

author

Related Articles

Leave a Reply

Your email address will not be published. Required fields are marked *