ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କିର୍ମିରା ବ୍ଲକ ଅଧକ୍ଷାଙ୍କ ଅନାସ୍ଥା ଭୋଟ ଗ୍ରହଣ ପୂର୍ବରୁ ବିଶାଲ ଦାସଙ୍କ ସହ କିର୍ମିରା ବ୍ଲକର ଜନ ପ୍ରତିନିଧି ଛତିଶଗଡ଼ ପୋଲିସ ଦ୍ୱାରା ଅଟକ ରହିଥିଲେ . ଏହି ଘଟଣାର ତଦନ୍ତ ପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଫାକ୍ଟଫାଇଣ୍ଡିଙ୍ଗ ଟିମ ଝାରସୁଗୁଡ଼ାରେ ପହଂଚିଥିଲେ .ଯେଉଁଥିରେ ପ୍ରତାପ ଜେନା ,ନିରଞ୍ଜନ ପୂଜାରୀ ,ଅତନୁ ସବ୍ୟସାଚୀ ନାୟକ ,ଦେବେଶ ଆଚାର୍ଯ୍ୟ ଅନ୍ୟ ବାରିଷ୍ଠ ନେତା ମାନେ ପହଂଚିଥିଲେ . ପରେ ଟିମ ଘଟଣାର ସତ୍ୟାସତ୍ୟ ବିଷୟରେ ଅନୁଧାନ କରିବା ସହ ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ଜନପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ .
ତେବେ କିରିମିରା ବ୍ଲକ ଅଧକ୍ଷାଙ୍କ ବିରୋଧରେ ଅନସ୍ଥା ଭୋଟ ରହିଥିବା ବେଳେ .ଏହାର ପୂର୍ବଦିନ ରାତିରେ ଛତିଶଗଡ଼ ମହାସମୁଦ ଜିଲ୍ଲାର ସରେଇପାଲି ପୋଲିସ ବିଶାଲଙ୍କ ସହ କିଛି ସରପଂଚ ,ସମିତି ସଭ୍ୟାଙ୍କୁ ଅଟକ ରଖିଥିଲା . ଏପରି ଘଟଣାକୁ ଡାର୍ଟି ପଲିଟିକ୍ସ କହିଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ . ସେପଟେ କିରିମିରାରେ ବ୍ଲକ ଅଧକ୍ଷାଙ୍କ ଅନାସ୍ଥା ପ୍ରସ୍ତାବରେ ସମିତି ସଭ୍ୟମାନେ ଭୋଟ ଦେଇ ନପାରିଲେ ଏଥିପାଇଁ ପୋଲିସ ଦାୟୀ ରହିବ ବୋଲି କୁହାଯାଉଥିଲା .ପରେ ଏହାକୁ ନେଇ ଦୀପାଳି ପ୍ରେସମିଟକରି ସରକାରଙ୍କ ଉପରେ ବର୍ଷିଥିଲେ କହିଥିଲେ . ସେମାନେ କେବଳ ଭୋଟରେ ହାରିବାପାଇଁ ଏପରି କରିଛନ୍ତି କହିଥିଲେ ଦୀପାଲି .