ନବୀନଙ୍କ ନୂଆ ଅସ୍ତ୍ର…

ନବୀନଙ୍କ ନୂଆ ଅସ୍ତ୍ର…

ବିଜେପି ବିରୁଦ୍ଧରେ ନବୀନ ଆପଣାଇଲେ ନୂଆ ଅସ୍ତ୍ର । ରାତି ଅଧରେ ନବୀନ ନିବାସରେ ଜମିଲା ପ୍ରବଳ ଭିଡ…ଏବେ ନବୀନଙ୍କ ସହ ମିଶି ଏମାନେ ଦେବେ ବିଜେପିକୁ କଡା ଜବାବ । ହଁ ଆଜ୍ଞା, ବିରୋଧୀ ଆସନରେ ବସି ନୂଆ ନୂଆ ରଣନୀତି କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କେତେବେଳେ ଦଳୀୟ ନେତା ତ ଆଉ କେତେବେଳେ ଦଳୀୟ କର୍ମୀ । ସମସ୍ତଙ୍କୁ ବିଜେଡିର ପ୍ରଚାର ପ୍ରସାରକୁ ଜୋରଦାର କରିବା ସହ ବିଜେପିର ମିଛ ଉପରକୁ ପରଦା ହଟାଇବା ନେଇ ଆହ୍ୱାନ ଦେଉଛନ୍ତି ନବୀନ । ଆଉ ଏହି କ୍ରମରେ ବିଜୁ ଜନତା ଦଳର ସାରା ରାଜ୍ୟରେ ଥିବା ସାମାଜିକ ଗଣମାଧ୍ୟମ ପ୍ରତିନିଧି ତଥା ଇନଫ୍ଲୁଏନସର ମାନଙ୍କୁ ନବୀନ ବିଜେପି ବିରୁଦ୍ଧରେ ସ୍ୱର ଉଠାଇବା ନେଇ ଆହ୍ୱାନ ଦେଇଥିବା ସୂଚନା ମିଳିଛି ।

ଫେବୃଆରୀ ୭ ତାରିଖରେ ବିଜୁ ଜନତା ଦଳର ସାରା ରାଜ୍ୟରେ ଥିବା ସାମାଜିକ ଗଣମାଧମ ପ୍ରତିନିଧି ତଥା ଇନଫ୍ଲୁଏନସରମାନେ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ବିଜେଡି ସରକାର ସମୟରେ ହୋଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଶାସକ ଦଳର ମିଥ୍ୟା ଅପପ୍ରଚାରର ଦୃଢ ଜବାବ ଦେବାକୁ ସଭାପତି ପରାମର୍ଶ ଦେଇଥିବା ଜଣାପଡିଛି । ଆଉ ଏହି ସମୟରେ ଇନଫ୍ଲୁଏନସରମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଉଥିବା ଦେଖିବାକୁ ମିଳିଛି । ଏହା ସହ ବିକାଶ ହୋଇଛି ବିକାଶ ହେବ ଯେବେ ନବୀନ ପଟ୍ଟନାୟକ ସରକାରକୁ ଆସିବେ ସେ ନାରା ଦିଆଯାଉଥିବା ଶୁଣିବାକୁ ମିଳିଛି ।

ତେବେ ବିଜେପି ବିଜେଡିର ଚିହ୍ନବର୍ଣ୍ଣ ଓଡିଶା ରାଜନୀତିରୁ ମିଟାଇବା ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି । ବିଜେଡି ସରକାର ସମୟରେ ଚାଲିଥିବା ଅନେକ ଯୋଜନା ବନ୍ଦ କରିବା ସହ ଅନେକ ଯୋଜନା ଗୁଡିକର ନାଁ ପରିବର୍ତନ କରିଚାଲିଛନ୍ତି ବିଜେପି ନେତା । ଏପରିକି ରଙ୍ଗ ମଧ୍ୟ ବଦଳାଇ ଚାଲିଛନ୍ତି । କିନ୍ତୁ ଏହା ତାଙ୍କ ଉପରେ ଭାରି ପଡିବା ସହ ବିଜେପିକୁ ସାଧାରଣରେ ସମାଲୋଚନା କରାଯାଉଛି । ଏପରିକି ବିଜେପିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯାହାକୁ ଏବେ ବିଜେଡି ମୁଦ୍ଦା କରିବା ସହ ଏହାକୁ କେନ୍ଦ୍ର କରି ବିଜେପି ବିରୁଦ୍ଧରେ ରୋଡ ମ୍ୟାପ ପ୍ରସ୍ତୁତ କରିବା ନେଇ ନବୀନ ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *