ନବୀନଙ୍କ ନୂଆ ସଂକଳ୍ପ !

ନବୀନଙ୍କ ନୂଆ ସଂକଳ୍ପ !

କମବ୍ୟାକ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନବୀନ । ହଁ ଆଜ୍ଞା, ବାପା ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବମ ଥର ପାଇଁ ବିଜେଡିର ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ନବୀନ । ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ ନକରିବାରୁ ନବୀନ ପୁଣିଥରେ ଦଳର ଦାୟିତ୍ୱ ନେଉଥିବା ସୂଚନା ମିଳିଛି । ତେବେ କେବଳ ଯେ. ନବୀନ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନୁହେଁ, ନୂଆ ସଙ୍ଗଠନ ଏବଂ ନୂଆ ନେତାଙ୍କ ସହିତ ନବୀନ ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ଆଉ ନବୀନଙ୍କ ଏହି କମବ୍ୟାକ ଶାସକ ବିଜେପିକୁ ଭାରି ପଡିବା ନେଇ ଆଲୋଚନା ଚାଲିଛି ।

କାରଣ ବିଜେଡିରେ ଅନେକ ନେତାଙ୍କୁ ଏବେ ବି ସାଧାରଣରେ ପସନ୍ଦ କରାଯାଉନାହିଁ । କିନ୍ତୁ ନବୀନଙ୍କ ପ୍ରତି ସାଧାରଣ ଜନତାଙ୍କ ଭଲ ପାଇବା ପୂର୍ବପରି ରହିଛି । ଆଜି ବି ସେମାନଙ୍କ ସୁଖ ଦୁଖରେ ଛିଡା ହେଉଛନ୍ତି ନବୀନ । ତେଣୁ ନବୀନ ପୁଣି ଥରେ ସଭାପତି ଦାୟିତ୍ୱ ତୁଲାଇବା କାରଣରୁ ଏହା ଦଳ ପାଇଁ ପ୍ରଭାବକାରୀ ସାଜିପାରେ ବୋଲି ସେଥିରେ ସନ୍ଦେହ ନାହିଁ । ଯାହାକୁ ଦୃଷ୍ଟିରେ ରଖି ଅନ୍ୟ କାହାକୁ ଆଗକୁ ନ ଆଣି ନବୀନ ନିଜେ ହିଁ ଦଳର ଦାୟିତ୍ୱ ନିଜ କାନ୍ଧ ଉପରକୁ ନେଇଛନ୍ତି । ଅନ୍ୟପଟେ ଶାସକ ବିଜେପି ବିଭିନ୍ନ ପ୍ରସଙ୍ଗରେ ବିଜେଡି ନେତାଙ୍କୁ ଶାଣିତ ଆକ୍ରମଣ କରୁଛି । ଯାହାର କଡା ଜବାବ ନବୀନ ଦେଉଥିବାରୁ ରାଜ୍ୟରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହୁଛି । ଯାହା ରାଜନୀତିର ପାଣିପାଗକୁ ଉଷ୍ମ ରଖୁଛି । ଆଉ ଏବେ ନବୀନଙ୍କ ଏହି ନୂଆ ଇନିଂସ ରାଜନୀତିକୁ ଆହୁରି ସରଗରମ କରିବା ସହ ଶାସକ ଦଳକୁ ଅକଳରେ ପକାଇପାରେ ବୋଲି ଚର୍ଚ୍ଚା ଚାଲିଛି ।

ଅନ୍ୟପଟେ ନବୀନଙ୍କ ସହ ଦଳର ଅନ୍ୟ ନେତାମାନେ ମଧ୍ୟ ଏହି ନବକଳେବରରେ ସାମିଲ ହେବାକୁ ଯାଉଛନ୍ତି । ନବୀନଙ୍କ କୋର୍ କମିଟିରେ କାହାକୁ ସ୍ଥାନ ମିଳିବ କାହାକୁ ନାଇଁ ସେନେଇ ମଧ୍ୟ ଆଲୋଚନା ଚାଲିଛି । ଯାହା କିଛି ଦିନ ମଧ୍ୟରେ ସାମ୍ନାକୁ ଆସିବା ନେଇ ସୂଚନା ମିଳିଛି । ତେବେ ଦେଖାଯାଉ ନବୀନଙ୍କ ଏହି କମବ୍ୟାକ ଶାସକ ଦଳ ଉପରେ କଣ ପ୍ରଭାବ ପକାଉଛି, ଏବଂ ନବୀନଙ୍କ ନୂଆ ଟିମ୍ ଶାସକ ଦଳକୁ କିପରୁ ହରଡଘଣାରେ ପକାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *