ନବୀନଙ୍କ ପଦେ କଥା #ଜୟହୀନ୍ଦ କରୁଛି ଟ୍ରେଣ୍ଡ

ନବୀନଙ୍କ ପଦେ କଥା #ଜୟହୀନ୍ଦ କରୁଛି ଟ୍ରେଣ୍ଡ

ହାଚ୍ ଜୟ ହୀନ୍ଦ ରେ ଟ୍ରେଣ୍ଡ କରୁଛି ନବୀନଙ୍କ ଟୁଇଟ . ଗତକାଲି ବିଳମ୍ବିତ ରାତିରେ ଭାରତ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା . ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି . ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଟୁଇଟ କରିଛନ୍ତି . ଯେଉଁଥିରେ ନବୀନ ହାଚ୍ ହୟ ହୀନ୍ଦ ଲେଖିଛନ୍ତି . ଯାହା ବର୍ତମାନ ଟ୍ରେଣ୍ଡ କରୁଛି . ଏହି ଅପରେସନରେ ଆତ୍ମଘାତୀ କିମ୍ବା କାମିକେଜ ଡ୍ରୋନ ବ୍ୟବହାର କରିଛି .ଯାହା ଗୁପ୍ତ ଭାବରେ ସେମାନଙ୍କର ଲକ୍ଷ୍ୟକୁ ଧ୍ୱଂସ କରିପାରିବ .

ସେହିପରି ଓଡ଼ିଶାରେ ବେସାମରିକ ନାଗରିକ ପ୍ରତିରକ୍ଷା ଅଭ୍ୟାସ. ଯୁଦ୍ଧ ପାଇଁ ଓଡ଼ିଶା କେତେ ପ୍ରସ୍ତୁତ, ସେନେଇ ସ୍ଥିତି ପରଖାଯିବ . ତେବେ ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ. ଆଜିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ.ସହରାଞ୍ଚଳ ସହ ଉପକୂଳ ଜିଲ୍ଲାରେ ମକ୍‌ ଡ୍ରିଲ୍‌ କରାଯିବ. ଏହି ପ୍ରସ୍ତୁତି ଆଗାମୀ ସପ୍ତାହ ଯାଏଁ ଚାଲିବ. ସାଇରନ ବାଜିବା କ୍ଷଣି ଲୋକମାନେ ସୁରକ୍ଷିତ ରହିବାକୁ କଂକ୍ରିଟ୍‌ ଛାତ ଥିବା ଘର ଭିତରକୁ ଚାଲିଯିବେ. ବିମାନ ଆକ୍ରମଣ ବେଳେ କେହି ରାସ୍ତାଘାଟରେ ଥିଲେ କିମ୍ବା ନିକଟରେ କଂକ୍ରିଟ୍‌ ଛାତ କି ଆଶ୍ରୟସ୍ଥଳ ନଥିଲେ. ବିପତ୍ତି ନଟଳିବା ଯାଏଁ କାନକୁ ଚାପି ତଳେ ଲମ୍ବ ହୋଇ ଶୋଇରହିବେ. ବସ୍ତିବାସିନ୍ଦାମାନଙ୍କ ପାଇଁ ବିଭିନ୍ନ ସ୍କୁଲକୁ ଆଶ୍ରୟସ୍ଥଳ ଭାବେ ନିର୍ଦ୍ଧାରଣ କରାଯାଇଛି. ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଆଶ୍ରୟ ନେଇପାରିବେ

୧୯୭୧ ମସିହା ପରେ ପ୍ରଥମଥର ସମ୍ଭାବ୍ୟ ଯୁଦ୍ଧ ପାଇଁ ଏଭଳି ପ୍ରତିରକ୍ଷା ଅଭ୍ୟାସ କରାଯିବ. ଏହି ମକ୍‌ଡ୍ରିଲ୍‌ର ସମୟ ଯେତିକି ପାଖଉଛି, ଲୋକଙ୍କ ମନରେ ସେତିକି ଛନ୍‌କା ପଶୁଛି. ଶତ୍ରୁ ବିମାନରୁ ଶୂନ୍ୟରୁ ବୋମା, ଗୋଳାବାରୁଦ ବର୍ଷିଲେ, କ’ଣ କରିବେ? ଆକାଶମାର୍ଗ ଆକ୍ରମଣରୁ ନିଜେ ବର୍ତ୍ତିବା ସହ ଅନ୍ୟକୁ କେମିତି ବଞ୍ଚାଇବେ? ସେନେଇ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ.

author

Related Articles

Leave a Reply

Your email address will not be published. Required fields are marked *