ନବୀନଙ୍କ ପରି ହୋଇପାରିବେ ତ ମୋହନ ? ଲୋକପ୍ରିୟତାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ପାରିବେ ତ ବର୍ତମାନର ମୁଖ୍ୟମନ୍ତ୍ରୀ ? ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ମୁଣ୍ଡ ଟେକୁଛି । ଲଗାତାର ରାଜ୍ୟ ସହ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନରେ ସ୍ଥାନିତ ହୋଇଆସୁଥିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜାତୀୟ ଖବର ପରିବେଷଣ ସଂସ୍ଥା ଇଣ୍ଡିଆଟୁଡେର ମୁଡ ଅଫ୍ ନେସନର ସର୍ଭେ ଅନୁସାରେ, ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରଶଂସା ସାଉଁଟୁଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ୩୦ଟି ରାଜ୍ୟ ମଧ୍ୟରୁ ଓଡିଶା ସବୁଠୁ ଉପରେ ରହୁଥିଲା ଏବଂ ନବୀନ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଆଗରେ ରହୁଥିଲେ । ଜାତୀୟ ଖବର କାଗଜରେ ମଧ୍ୟ ନବୀନଙ୍କ ନାଁ ଏବଂ ଫଟୋ ହେଡଲାଇନ୍ସ ସାଜୁଥିଲା । ତେବେ କେବଳ ନିଜ ରାଜ୍ୟରେ ନୁହେଁ ସାରା ଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ କେତେବେଳେ ପ୍ରଥମ ତ ଆଉ କେତେବେଳ ପଞ୍ଚମ ସ୍ଥାନରେ ରହୁଥିଲେ ନବୀନ । ଆଉ ଏଥିପାଇଁ ମଧ୍ୟ ଓଡିଶା ସାରା ଦେଶରେ ଚମକୁଥିଲା । ଏପରିକି ସରକାରକୁ ହଟିବା ପରେ ବି ନବୀନଙ୍କ ଓଡିଶା ପ୍ରତି ଥିବା ଅବଦାନକୁ ଅନେକ ପ୍ରଶଂସା ମିଳୁଛି । ସେ ପରିବହନ କ୍ଷେତ୍ରରେ ହେଉ ବା ମହିଳାଙ୍କୁ ସଶକ୍ତ କରିବାରେ ହେଉ ବା ପ୍ରାକୃତକି ବିପର୍ଯ୍ୟୟ ପରିଚାଳନାରେ ହେଉ । ଏ ସବୁଥିରେ ନବୀନଙ୍କୁ ଆଜି ବି ଜାତୀୟ ସ୍ତରରେ ଢେର ପ୍ରଶଂସା ମିଳୁଛିା କିନ୍ତୁ ଏ ସବୁ ମୋହନ ମାଝୀ ବଜାୟ ରଖିପାରିବେ ନା ନାହିଁ, ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ତାକୁ ନେଇ ନାନା ଚର୍ଚ୍ଚା ଚାଲିଛି । କାରଣ ସରକାରକୁ ଆସିବାର ମାତ୍ର ୫ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନେକ ଦିଗରୁ ସମାଲୋଚନାର ଶିକାର ହେବାକୁ ପଡୁଛି । ମୋହନ ମାଝୀ ଦିଲ୍ଲୀରୁ କଣ୍ଟ୍ରୋଲ ହେଉଥିବା , ଏବଂ କେବଳ ଦିଲ୍ଲୀ ନେତାଙ୍କ ଇସାରାରେ ମୋହନ କାର୍ଯ୍ୟ କରୁଥିବା ସାଧାରଣରେ ଏବେ ବି ଚର୍ଚ୍ଚା ଚାଲିଛି । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ମୋହନ ମାଝୀ ଅନ୍ୟ ରାଜ୍ୟ ତୁଳନାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବ ଆଶା କ୍ଷୀଣ ହୋଇଯାଉଛି । ତେବେ ଦେଖାଯାଉ ଡବଲ ଇଞ୍ଜିନ ସରକାରରେ ଓଡିଶାର ଡବଲ ବିକାଶ ହେଉଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ ରିଓ ନ୍ୟୁଜ