ନବୀନଙ୍କ ପାଇଁ ଚିନ୍ତାରେ ମୋଦି, ଓଡିଶା ପାଇଁ ଦିଲ୍ଲୀରେ ଚାଲିଛି ମାଷ୍ଟରପ୍ଲାନ !

ନବୀନଙ୍କ ପାଇଁ ଚିନ୍ତାରେ ମୋଦି, ଓଡିଶା ପାଇଁ ଦିଲ୍ଲୀରେ ଚାଲିଛି ମାଷ୍ଟରପ୍ଲାନ !

ଓଡିଶା ପାଇଁ ଦିଲ୍ଲୀରେ ଚାଲିଛି ସ୍ୱତନ୍ତ୍ର ରଣନୀତି । ନିର୍ବାଚନ ପରେ ବି ଓଡିଶାକୁ ନିଜ ଫୋକସରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ନିର୍ବାଚନରେ ବିଜେପି ଓଡିଶା ଦଖଲ କରିବା ପରେ ବି ଓଡିଶାକୁ ନିଜ କବଜାରେ ରଖିବା ପାଇଁ ବିଜେପି ଚେଷ୍ଟା ଚଳାଇଛି । ଯାହାର ଉଦାହରଣ ପୂର୍ବରୁ ଦିଲ୍ଲୀ ନେତୃତ୍ୱଙ୍କ ବାରମ୍ବାର ଓଡିଶା ଗସ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଏବେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା ପର୍ବରୁ ବି ସ୍ପଷ୍ଟ ହୋଇପଡିଛି । ପୂର୍ବରୁ ଏହି ପର୍ବ ଦିଲ୍ଲୀ ଦରବାରରେ ଅନୁଷ୍ଠିତ ହେଉଥିବା ବେଳେ ଏ ସମ୍ପର୍କରେ କେହିବି ଧାରଣା ପାଉନଥିଲେ । କିନ୍ତୁ ଚଳିତ ଥର ଏହା ବହୁ ଆଡମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳନ କରାଯାଇଛି । ଧୁମଧାମରେ ଏହି ପର୍ବ ପାଳନ କରାଯିବା ସହ ଏହି ପର୍ବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ,ି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ସାମିଲ ହୋଇ ଓଡିଶା ସମ୍ପର୍କରେ ଏବଂ ଏହାର ପ୍ରଚାର ପ୍ରସାରକୁ ନେଇ ବଡ ଆହ୍ୱାନ ଦେଇଥିଲେ । ଯାହାକୁ ନେଇ ଏବେ ନାନା ଚର୍ଚ୍ଚା ଲାଗି ରହିଛି । ଏହି ପର୍ବର ଉଦଯାପନୀ ସମାରୋହରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ଓଡିଶାକୁ ନେଇ କେତେ କଣ ବୟାନ ଦେଇଛନ୍ତି । ବିଶ୍ୱ ଦରବାରରେ ଓଡିଶାର ମହତ୍ୱ ବଢିବ, ପଶ୍ଚିମ ଓଡିଶାର ଭତ୍ତିଭୂମି ବିକାଶ ହେବ, ରାଜ୍ୟ ବିକାଶର ଏକ ନୂଆ ଶିଖର ଛୁଇଁବ । ଏହା ସହ ୧୦ ବର୍ଷ ପୂର୍ବରୁ ଓଡଶା ପାଇଁ କେନ୍ଦ୍ର ଯେତିକି ବଜେଟ୍ ଦେଉଥିଲା ଏବେ ଏହି ବଜେଟରେ ୩ ଗୁଣା ବୃଦ୍ଧି ଘଟିଥିବା ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ରାଜ୍ୟରେ ନୂଆ ସରକାର ଆସୁ ଆସୁ ୧୦୦ ଦିନରେ ୪୫ ହଜାର କୋଟି ଟଙ୍କାର ନିବେଶକୁ ମଞ୍ଜୁରି ମିଳିବା କଥା ମଧ୍ୟ ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଏବଂ ଆଗକୁ ଓଡିଶାରେ ପରିବର୍ତନ ଶୀର୍ଷ ଛୁଇଁବା ନେଇ ନିଜ ଅଭିଭାଷଣରେ କହିଥିଲେ । କିନ୍ତୁ ବିଜେପି ନେତାଙ୍କ ଏହି ଅଭିଭାଷଣରୁ ଏବଂ ଏପରି ପଦକ୍ଷେପରୁ ରାଜନୀତିର ଗନ୍ଧ ବାରି ହୋଇପଡୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ସେଥିପାଇଁ ଏହି ପର୍ବର ନାଁ ଅନୁସାରେ ଓଡିଶା ପର୍ବ ଓଡିଶାରେ ପାଳନ ନକରାଯାଇ ଦିଲ୍ଲୀରେ କରାଯାଉଥିବା ଚର୍ଚ୍ଚା ଚାଲିଛି । ତେବେ ବିଜେପିକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେତେ ସତ ହେଉଛି ଏବଂ ଏହି ପ୍ଲାନ ଆଗକୁ ଦଳ ପାଇଁ କେତେ ପ୍ରଭାବକାରୀ ରହୁଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *