ନବୀନଙ୍କ ପାଇଁ ବାହାରିଲେ ପ୍ରଶାନ୍ତ !

ନବୀନଙ୍କ ପାଇଁ ବାହାରିଲେ ପ୍ରଶାନ୍ତ !

ଏମିତି କାହିଁକି କହିଲେ ବାହୁବଳୀ ପ୍ରଶାନ୍ତ ଜଗଦ୍ଦେବ ? ଯଦୁବଂଶ ଧ୍ୱଂସ ହେଲା ଭଳି ଧ୍ୱଂସ ହୋଇଯିବ କି ବିଜେଡି ? ବିଜୁଙ୍କ ପ୍ରତିମୂର୍ତ୍ତିରେ ଖୋଦ ବିଜେଡି ନେତା ହିଁ ଲଗାଇଥିଲା କି ନିଆଁ । ହଁ ଦର୍ଶକବନ୍ଧୁ ଏ କଥା ଆମର ନୁହେଁ ବରଂ ଗଣମାଧ୍ୟମ ସାମ୍ନାରେ ଏଭଳି କିଛି କହିଛନ୍ତି ଖୋର୍ଦ୍ଦା ବିଧାୟକ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ବିଜେଡି ଏବେ ଯେଉଁ ଅବସ୍ଥାରେ ଅଛି ତାହା ଭାଙ୍ଗିଯିବ ପରି ବିସ୍ପୋରକ ବୟାନ ଦେଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ତେବେ ଯଦି କହିବା ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ବାରମ୍ୱାର ଅପମାନିତ ହେଉଛନ୍ତି ପ୍ରବାଦ ପୁରୁଷ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକ । ରାଜ୍ୟବ୍ୟାପୀ ମାର୍ଚ୍ଚ 5 ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରାଯାଉଥିଲା କିନ୍ତୁ ଭାରତୀୟ ଜନତା ପାର୍ଟି ସରକାର ଗଢିବା ପରେ ଏହାକୁ ପରିବର୍ତ୍ତନ କରିବା ଏବେ ବିଜେପି ସରକାରକୁ ମହଙ୍ଗା ପଡିଛି । କେବଳ ପଞ୍ଚାୟତରାଜ ଦିବସକୁ ପରିବର୍ତ୍ତନ କରିବା ତାହା ନୁହେଁ ବରଂ ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବେ ପରି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଥିଲା ଯାହାକୁ ବିରୋଧି କରି ବିଜେଡି ମଧ୍ୟ ଆନ୍ଦୋଳନର ଡକରା ଦେଇଥିଲା ।

ଏହାପରେ ବି ବାରମ୍ୱାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ କରୁଛନ୍ତି ଭାରତୀୟ ଜନତା ପାର୍ଟିର ନେତା । ବଲାଙ୍ଗୀର ପାଟ୍ଟଣାଗଡ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲାଗିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଳେ ଏଭଳି କିଛି ସାଙ୍ଘାତିକ ବୟାନ ଦେଇଛନ୍ତି ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସେ କହିଛନ୍ତି କି ବିଜୁ ବାବୁଙ୍କୁ ଭାରତୀୟ ଜନତା ପାର୍ଟି ସମ୍ମାନ ଦେଉଛି ଆଗକୁ ମଧ୍ୟ ଦେବ ସେହି ବିଜେଡି ନେତାଙ୍କ ଏହା ହେଉଛି ସୁଚିନ୍ତିତ ଷଡଯନ୍ତ୍ର । ଭାରତୀୟ ଜନତା ପାର୍ଟିକୁ ବଦନାମ କରିବାକୁ ବିଜୁ ଜନତା ଦଳ ଏପରି ହୀନ ଚକ୍ରାନ୍ତ କରୁଥିବା ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବାହୁବଳୀ ବିଧାୟକ । ଏହିଭଳି ଯାହା ବି ଘଟଣା ଘଟୁଛି ସେ ସବୁ ବିଜେଡି କରୁଛି ଏବଂ ବିଜେପି ଉପରେ ଦୋଷ ଲଦୁଛି ବୋଲି କହିଛନ୍ତି ପ୍ରଶାନ୍ତ । ଅପରପକ୍ଷେ ବିଜୁ ଜନତା ଦଳ ବିଜୁଙ୍କ ପ୍ରତି ବାରମ୍ୱାର ହେଉଥିବା ଏପରି ଅପମାନ ପାଇଁ ମୋହନ ସରକାରଙ୍କୁ ଦାୟୀ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ।

ତେବେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅପମାନ ପଛରେ ଅନ୍ୟ କିଛି କାରଣ ରହିଛି ନା ଦୁଇ ରାଜନୈତିକ ଦଳମାନଙ୍କ ବୟାନ ବାଜି ଆନୁଯାୟୀ ଦୁଇ ଦଳଙ୍କର ଏହା ଚକ୍ରାନ୍ତ ଅଟେ ତାହା ଉତ୍ତର ସାଧାରଣ ଜନତା ହିଁ ରଖିବେ ।

author

Related Articles

Leave a Reply

Your email address will not be published. Required fields are marked *