ନବୀନଙ୍କ ସତ ଶୁଣି ଚୁପ୍ ହୋଇଗଲେ ବିଜେପି ନେତା । ଭାଇରାଲ ଭିଡିଓରେ ଖୋଲିଲା ପେଡି । ହଁ ଆଜ୍ଞା, ବିଜେଡି ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କରି କୋଟି କୋଟି ଟଙ୍କା ହଡପ କରିଥିବା ଏବଂ ଓଡିଶାର ଅର୍ଥନୀତିକୁ ଚଳୁ କରିଦେଇଥିବା ନାନା ପ୍ରଚାର ପ୍ରସାର କରିଥିଲେ ବିଜେପି ନେତା । କିନ୍ତୁ ବାସ୍ତବରେ ସତ କଣ ତାହାତ ଧୀରେ ଧୀରେ ପ୍ରମାଣିତ ହେଉଛି । ଏବଂ ବିଜେପିର ମିଛ କାହାଣୀ ଉପରୁ ପରଦା ହଟୁଛି । ଯାହାର ପରଦା ହଟାଇଛନ୍ତି ଏକଦା ନବୀନଙ୍କ ଘନିଷ୍ଟ ଥିବା ସାମ୍ବାଦିକ ରୁବେନ ବାନାର୍ଜୀ । ନିକଟରେ ସୋସିଆଲ ମିଡିଆରେ ରୁବେନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ମୋହନ ମାଝୀଙ୍କ ଖର୍ଚ୍ଚର ଟିକନିଖ୍ ତଥ୍ୟ ଦେଇଥିଲେ । ଏବଂ କିପରି ମୋହନ ମାଝୀ ଲୋକଙ୍କୁ ଭୂଆଁ ବୁଲାଇ କୋଟି କୋଟି ଟଙ୍କା ଉଡାଉଛନ୍ତି ତାର ପଦ୍ଦାଫାସ କରିଥିଲେ । ଆଉ ଏବେ ବିଜେପି ନବୀନଙ୍କ ନାଁରେ ଯେଉଁ ମିଛ କହିଥିଲା ସେ ସମ୍ପର୍କରେ ମଧ୍ୟ ରୁବେନ୍ ମୁହଁ ଖୋଲିଥିବା ଦେଖିବାକୁ ମିଳିଛି । କିପରି ନବୀନ ସରକାରରେ ଥିବା ସମୟରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ବିମାନରେ ଯାତ୍ରା କରୁଥିଲେ ସେନେଇ ମତପ୍ରକାଶ କରିଛନ୍ତି ରୁବେନ୍ ।
ତେବେ କେବଳ ରୁବେନ ନୁହଁନ୍ତି, ନିକଟରେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ମଧ୍ୟ ନବୀନ କିପରି ନିଜ ଜମି ବିକ୍ରି କରି ଚଳୁଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ । ରାଜନୀତି ପଇସାକୁ ହାତ ନମାରି କିପରି ନିଜ ପଇସାରେ ସେ ଚଳୁଛନ୍ତି ସେନେଇ ଭିଡିଓ ମାଧ୍ୟମରେ ସୂଚିତ କରିଥିଲେ । ଆଉ ଏବେ ରୁବେନ ମଧ୍ୟ ନବୀନ ନିଜ ପଇସାରେ ବିମାନରେ ଯିବା ଆସିବା କରନ୍ତି ବୋଲି ଯୁକ୍ତି ବାଢିଛନ୍ତି । ଯାହା ବିଜେପି ନେତାଙ୍କ ମିଛ କାହାଣୀକୁ ପଦାରେ ପକାଉଛି ।