ପୁଣି ଏକ ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୁଣି ଏକ ନୂଆ ଟିମ୍ ଗଠନ କରିଛନ୍ତି ନବୀନା ହଁ ଆଜ୍ଞା, ଗୋଟିଏ ପରେ ଗୋଟିଏ ନୂଆ ଟିମ୍ ଗଠନ କରିଚାଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିକଟରେ ବିଜେଡିର ସାଙ୍ଗଠନିକ କମିଟି ଗଠନ କରି ନିଜ ନୂଆ ଟିମରେ ନେତାଙ୍କୁ ସାମିଲ କରିଥିଲେ । ଆଉ ଏବେ ଆଉ ଏକ ଟିମ୍ ଗଠନ କରି ସେଥିରେ କିଛି ନେତାଙ୍କୁ ସ୍ଥାନିତ କରିଥିବା ସୂଚନା ମିଳିଛି ।
ତେବେ ପୁରୁଣା କମିଟି ଭାଙ୍ଗିବା ପରେ ଧୀରେ ଧୀରେ ବିଜେଡିର ନୂଆ କମିଟି ଗଠନ ଚାଲିଛି । ଏହି କ୍ରମରେ ବିଜେଡିର ରାଜ୍ୟସ୍ତରୀୟ ଶୃଙ୍ଖଳା କମିଟି ଗଠନ କରିଛନ୍ତି ନବୀନ । ରାଜ୍ୟସ୍ତରୀୟ ଶୃଙ୍ଖଳା କମିଟିରେ ୭ ଜଣ ବରିଷ୍ଠ ନେତା ସ୍ଥାନ ପାଇଛନ୍ତି। ଏହି କମିଟିରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବୌଦ୍ଧ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଅମାତ, ବରିଷ୍ଠ ଉପସଭାପତି ଚନ୍ଦ୍ରଶେଖର ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ଡକ୍ଟର ରାଜଶ୍ରୀ ମଲ୍ଲିକ, ସାଧାରଣ ସମ୍ପାଦକ ଶର୍ମିଷ୍ଠା ସେଠୀ, ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା ଓ ସାଧାରଣ ସମ୍ପାଦକ ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର ସ୍ଥାନ ପାଇଛନ୍ତି। ରାଜ୍ୟସ୍ତରୀୟ ଶୃଙ୍ଖଳା କମିଟିରେ ଏହି ୭ ଜଣଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ତେବେ ଆଗକୁ ପଞ୍ଚାୟତ ସ୍ତରରେ ଉପନିର୍ବାଚନ ଏବଂ ମୋହନ ସରକାରଙ୍କୁ ଏକ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ବିଜେଡି ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛି । କମିଟି ଗଠନ କରି ନେତାଙ୍କୁ ଦାୟିତ୍ୱ ବାଣ୍ଟିବା ସହ କିପରି ସରକାରଙ୍କୁ ଅକଳରେ ପକାଇବେ ସେନେଇ ମଧ୍ୟ ଯୋଜନା ଚାଲିଛି । ଯାହା ବିଜେଡିର ରାଜଭବନ ଘେରାଉରୁ ସ୍ପଷ୍ଟ ହୋଇ ପଡିଛି । ଏବଂ ଆଗକୁ ଆହୁରି ବଡ ଆନ୍ଦୋଳନ କରି ବିଜେଡି ବିଜେପିକୁ ହରଡଘଣାରେ ପକାଇପାରେ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଦେଖାଯାଉ ଆଗକୁ ନବୀନ କେଉଁ ଗୋଟି ଚଳାଉଛନ୍ତି ଏବଂ ମୋହନ ସରକାର ଏହାର ସାମ୍ନା କିପରି କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।