ନବୀନଙ୍କ ବଡ ବୈଠକ

ନବୀନଙ୍କ ବଡ ବୈଠକ

ଶଙ୍ଖଭବନରେ ବସିବ ବଡ ବୈଠକ
ଏକାଠି ହେବେ ବିଜେଡିର ସମସ୍ତ ନେତା
ନବୀନ କଲେ ରଣନୀତି ଫସିଯିବେ କି ମୋହନ ?

ବଡ ବୈଠକର ଡକରା ଦେଲେ ନବୀନ ଏକାଠି ହେବେ ବିଜେଡିର ଯୁବ ନେତାଙ୍କ ଠାରୁ ଯେ ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ । ବିଜେପିର ସଫଳତାର ମିଛକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆସନ୍ତା 27 ତାରିଖରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କୁଆଡେ ଗଲା ମାଗଣା 300 ୟୁନିଟ ବିଜୁଳି ? କାହିଁକି ଦୁଇବର୍ଷରେ ପ୍ରତି ମହିଳା ପାଇଲେନି 50 ହଜାର ? କାହିଁକି ସମସ୍ତେ ପାଇବେନି ବର୍ଦ୍ଦିତ ଭତ୍ତା ? ଏହିଭଳି ଅନେକ ପ୍ରସଙ୍ଗକୁ ଥାକ ମାରି ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଚାହୁଁ ଚାହୁଁ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି । 100 ଦିନରେ ସବୁ ପ୍ରତିଶ୍ରୁତି ପୂରଣ କରିବ ବୋଲି କଥା ଦେଇଥିଲା ଭାରତୀୟ ଜନତା ପାର୍ଟି ସରକାର । ହେଲେ 100 ଦିନ ଯାଇ ଏବର୍ଷ ପୂରିବାକୁ ଯାଉଛି ସାଧାରଣ ଲୋକଙ୍କ ନିକଟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଏବେ ଯାଏଁ ପହଞ୍ଚି ପାରିଲାନି । ଯେଉଁ ସବୁ ପ୍ରତିଶ୍ରୁତିକୁ ମୁଦ୍ଧା କରି ଭାରତୀୟ ଜନତା ପାର୍ଟି ନିର୍ବାଚନ ବୈତରଣୀ ପାର କଲା ହେଲେ ସେ ସବୁ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ । ଆଉ ସେପଟେ ନିଜର ବର୍ଷେ ପୂର୍ତ୍ତି ସଫଳତାକୁ ଏକସପ୍ତାହ ବ୍ୟାପି ପାଳିବା ପାଇଁ ବିଜେପି ଯୋଜନା କରିଥିବା ସହ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ନିଜ ନିଜର ରିପୋର୍ଟ କାର୍ଡ ଧରି ଗାଁ କୁ ବାହାରିବେ ମୋହନ । ଗୋଟିଏ ବର୍ଷରେ ବିଜେପି କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି ।

ରାଜ୍ୟରେ ଦରଦାମ ବୃଦ୍ଧି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଶାସକ ଦଳକୁ ଘେରିପାରେ ବିଜେଡି । ରିପୋର୍ଟ କାର୍ଡ ଧରି ବାହାରିବେ ମୋହନ । ପଛେ ପଛେ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ଗାଇବେ ନିଜ ସଫଳତା ନବୀନ କହିବେ ମୋହନଙ୍କ ବିଫଳତା । ଗାଁରେ ହେବ ଜୋରଦାର ଲଢେଇ । କାହାକୁ ଭରସା କରିବେ ଜନତା । ଏକବର୍ଷର ସରକାର ନା 24 ବର୍ଷର ପୁରୁଣା ସରକାର କାହାକୁ ଭରସା କରିବେ ଜନତା ତାହା ଦେଖିବାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ ରିଓ ନିୟୁଜ

author

Related Articles

Leave a Reply

Your email address will not be published. Required fields are marked *