ନବୀନଙ୍କ ବଡ ଭିଜନକୁ ମୋହର ମାରିିଛି ଦେଶ !

ନବୀନଙ୍କ ବଡ ଭିଜନକୁ ମୋହର ମାରିିଛି ଦେଶ !

ପୁଣି ଜାତୀୟ ସ୍ତରରେ ଚମକିଲେ ନବୀନ . ନବୀନଙ୍କ ବଡ ଭିଜନକୁ ମୋହର ମାରିିଛି ଦେଶ . ତେବେ ର୍ପୂବରୁ ଜାତି ଜନଗଣନା ପାଇଁ ଦାବି କରିଥିଲେ ନବୀନ . ରାଜ୍ୟ କ୍ୟାବିନେଟରେ ଆଣିଥିଲେ ପ୍ରସ୍ତାବ .୨୦୨୦ରେ ଗଠନ କରିଥିଲେ ଓବିସି କମିଶନ . ଆଜି ନବୀନଙ୍କ ନିଷ୍ପତିକୁ ଦେଶ ଗ୍ରହଣ କରିଛି ଜାତି ଜନଗଣନା ପାଇଁ ବାଜିଛି ମୋହର .

ତେବେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଗମୀ ଜନଗଣନାରେ ଜାତି ଆଧାରିତ ଗଣନା ଘୋଷଣା କରିଛନ୍ତି . ଯାହା ବିରୋଧୀକୁ ଆଶ୍ଚର୍ଯ୍ୟ କରିଛି . ବିଜେପି ଦୀର୍ଘ ସମୟରେ ଧରି ଜାତି ଜନଗଣନାକୁ ବିଭାଜନକାରୀ ବୋଲି କହିବା ସହ ଏହାକୁ ବିରୋଧ କରିଆସୁଥିଲା . ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚରେ ଏହି ରଣନୀତି ସଫଳ ହୋଇଥିଲା . କିନ୍ତୁ ଏହି ଆକସ୍ମିକ ନିଷ୍ପତି ନେବା ପଛରେ ଅନେକ କାରଣ ଥିବା କୁହାଯାଉଛି .

ଅପରପକ୍ଷେ ବିହାରରେ ୨୦୨୫ ବିଧାନସଭା ନିର୍ବାଚନ ଆସୁଥିବାରୁ ବିଜେପି ଏହି ନିଷ୍ପତିକୁ ଏକ ରାଜନୈତିକ ସର୍ଜିକାଲ ଷ୍ଟ୍ରାଇକ ଭାବେ ବ୍ୟବହାର କରିଛି . ବିହାର ଯେଉଁଠାରେ ଜାତି ରାଜନୀତିରେ ଏକ ବଡ ଭୂମିକା ନେଇଥାଏ .ସେଠାରେ ବିଜେପି ମେଂଟରେ ଥିବା ଜେଡ଼ିୟୁ ନେତା ନୀତିଶ କୁମାର ମଧ୍ୟ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି . ଯାହା ବିହାରରେ ବିଜେପିର ସ୍ଥିତିକୁ ମଜବୁତ କରିପାରେ . ଅପରପକ୍ଷେ ଉତରପ୍ରଦେଶ ଓ ବିହାର ଭଳି ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି . ଓବିସି ଭୋଟରଙ୍କୁ ଆକୃଷ୍ଟ କରିବା ଏହି ରଣନୀତିର ମୁଖ୍ୟଲକ୍ଷ ବୋଲି ଅନେକ କହୁଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *