- ପୁଣିଥରେ କପି ପେଷ୍ଟ ହେଲା ନବୀନଙ୍କ ଯୋଜନା
- ନାମ ବଦଳାଇ ରଙ୍ଗ ମାରିଲେ ମୋହନ
- ବିଜେଡି କହିଲା ବିକଳାଙ୍ଗ ଯୋଜନା ବନ୍ଦ କର
ପୁଣିଥରେ ପୂର୍ବ ସରକାରଙ୍କ ଯୋଜନାର ନାମ ବଦଳାଇଲେ ନୂଆ ସରକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଭିମୁଖୀ ଯୋଜନାର ନାମ ଓ ରଙ୍ଗ ପରିବତ୍ତନ କରି ନିଜ ନାମ ଦେବାରେ ବ୍ୟସ୍ତ ମାଝୀ ସରକାର । ହଁ ଦର୍ଶକବନ୍ଧୁ ନବୀନଙ୍କ ବିରୁଦ୍ଧରେ ମୋହନ କରିଥିବା ନୂଆ ଷଡଯନ୍ତ୍ର ଏବେ ପଦାରେ ପଡିଛି । ନୂଆ ସରକାର ଆସିବା ଦିନରୁ ଆମେ ଦେଖିଛେ ଯେ ବିଜେପି କେବଳ ରଙ୍ଗ ମାରିବା ଓ ନାମ ପରିବର୍ତ୍ତନ କରିବାରେ ବ୍ୟସ୍ତ । ପୂର୍ବର ସରକାର ଆମ ଓଡିଶା ବିକଶିତ ଓଡିଶା ନାମ ଯୋଜନା ଆରମ୍ଭ କରିଥିଲେ । ଗାଁର ବିଭିନ୍ନ ବିକାଶ ମୂଳକ ଯୋଜନା ଲାଗି ବିକଶିତ ଗାଁ ବିକଶିତ ଓଡିଶା ଆରମ୍ଭ ହୋଇଯାଇଛି । ଯାହା ନବୀନ ପଟ୍ଟନାୟକଙ୍କ ସମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ଚାଲୁଥିଲା ।
ବର୍ତ୍ତମାନର ସରକାର ଏହାର ନାମ ପରିବର୍ତ୍ତନ କରି ନୂଆ କରି ଏହାର ଶୁଭାରମ୍ଭ କରିଛନ୍ତି । ଯାହାକୁ ନେଇ ବର୍ଷିଛି ବିଜେଡି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଏପରି କରିଥିବା ଅଭିଯୋଗ କରିଛି ବିରୋଧି ବିଜୁ ଜନତା ଦଳ । ଆମ ଓଡିଶା ବିକଶିତ ଓଡିଶାରେ ନବୀନ ପଟ୍ଟନାୟକ ଗାଁ ମାନଙ୍କର ଉନ୍ନତି ପାଇଁ ଯେତିକି ଅନୁଦାନ ଦେଉଥିଲେ ସେଥିରୁ 75 ପ୍ରତିଶତ କମ କରିଛନ୍ତି ମୋହନ ସରକାର ।
ଆମ ଓଡିଶା ନବୀନ ଓଡିଶାରେ ପ୍ରତ୍ୟେକ ଗାଁକୁ 50 ଲକ୍ଷ ଟଙ୍କା ମିଳୁଥିଲା କିନ୍ତୁ ମୋହନଙ୍କ ଏହି ଯୋଜନାରେ ସାଧାରଣ ଜନତା ମାତ୍ର 15 ଲକ୍ଷ ଟଙ୍କା ହିଁ ପାଇବେ । ପଞ୍ଚାୟତକୁ ମାତ୍ର 3ରୁ 4ଟି କାମ ମିଳିପାରେ । ଯୋଜନାର କାର୍ଯ୍ୟକାରିତା ଏବଂ ସମୟସୀମାକୁ ଆମେ ଯଦି ଦେଖିବା ଚଳିତ ଆର୍ଥିକ ବର୍ଷରେ ଗୋଟିଏ ବି ଅନୁଦାନ ଖର୍ଚ୍ଚ ହୋଇପାରିବ ନାହିଁ ବୋଲି ସାମ୍ୱାଦିକ ସମ୍ମିଳନୀ କରି ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ଖାଲି ସେତିକି ନୁହେଁ ବରଂ ଗ୍ରାମାଞ୍ଚଳକୁ ଯେତିକି ଟଙ୍କା ଦେଉଥିଲେ ତାହାର ଦ୍ୱିଗୁଣ ଟଙ୍କା ଓଡିଶାକୁ ଦେବା ପାଇଁ କହିଛନ୍ତି ଏବଂ ବିକଶିତ ଓଡିଶା ନାଁରେ ବିଜେପି କରୁଥିବା ବିକଳାଙ୍ଗ ଯୋଜନା କରନାହିଁ କହି ବିଜେପିକୁ କଟାକ୍ଷ କରିଛନ୍ତି ।
ଡବଲ ଇଞ୍ଜିନ ସରକାରଙ୍କ ଏପରି କପି ପେଷ୍ଟ ନୀତିକୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ଆଗାମୀ ଦିନରେ ଓଡିଶା ବାସୀଙ୍କ ପାଇଁ ନୂଆ ସରକାର କେଉଁ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି ଏବଂ କଣ ଯୋଜନା ଆଣୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।