ନବୀନଙ୍କ ମାଷ୍ଟରଷ୍ଟ୍ରୋକ…ଖାଲି ହୋଇଗଲା ବିଜେପି ପାର୍ଟି ଅଫିସ !

ନବୀନଙ୍କ ମାଷ୍ଟରଷ୍ଟ୍ରୋକ…ଖାଲି ହୋଇଗଲା ବିଜେପି ପାର୍ଟି ଅଫିସ !

ଖାଲି ହେଲା ବିଜେପି ପାର୍ଟି ଅଫିସ ଶଙ୍ଖ ଭବନ ଧାଇଁଲେ ଭାରତୀୟ ଜନତା ଜନତା ପାର୍ଟିର ଶତାଧିକ କର୍ମୀ । ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଡ଼ ଝଟକା । ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି । ନିର୍ବାଚନର ଶୋଚନୀୟ ପରାଜୟ ପରେ ସୃଦୁଢ ହେବାରେ ଲାଗିଛି ନବୀନଙ୍କ ଗଡ । ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ଶଙ୍ଖପତି । ଦୀର୍ଘ ଦିନର ବ୍ୟବଧାନ ପରେ ଶଙ୍ଖଭବନରେ ଦେଖିବାକୁ ମିଳିଛି ଏକ ରୋଚ ଦୃଶ୍ୟ । ଆପଣମାନେ ଦେଖିଥିବେ ଗତ ସାଧାରଣ ନିର୍ବାଚନରେ କେଉଁଭଳି ଭାବେ ନେତାଙ୍କ ଦଳ ଡିଆଁ ଚାଲିଥିଲା ଆଉ ନିତି ହେଉଥିଲା ମିଶ୍ରଣ ପର୍ବ । କିନ୍ତୁ ନିର୍ବାଚନର ଫଳାଫଳା ଶଙ୍ଖ ନେତାଙ୍କୁ ଦେଇଥିଲା ଶକ୍ତ ଝଟକା । ଆଉ ଦେଖିବାକୁ ମିଳୁନଥିଲା ଶଙ୍ଖଭବନରେ ମିଶ୍ରଣ ପର୍ବ ।

ବିଜୁ ଜନତା ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେଡିରୁ ବିଜେପିକୁ ଡିଆଁ ମାରୁଥିଲେ କର୍ମୀଙ୍କ ଠାରୁ ସାଂସଦଙ୍କ ପର୍ଯ୍ୟନ୍ତ । କିନ୍ତୁ ଶନିବାର ଶଙ୍ଖଭବନରେ ଅନୁଷ୍ଠିତ ହୋଇଛି ମିଶ୍ରଣ ପର୍ବ । ପୁଣି ବଢିଲା ନବୀନଙ୍କ ବଳ,ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲାର ଶହ ଶହ କର୍ମୀ । ଯେଉଁ ଗଞ୍ଜାମ ଜିଲ୍ଲାରେ ମାଟି କାମୁଡି ପଡିଥିଲା ବିଜେଡି ସେହି ଗଡକୁ ପୁଣିଥରେ ବ୍ୟାକ କରୁଛନ୍ତି ନବୀନ ।

ବିଜେଡି ସମନ୍ୱୟ କିମିଟି ଅଧକ୍ଷ ଦେବୀ ମିଶ୍ରଙ୍କ ଅଧକ୍ଷତାରେ ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ନବୀନଙ୍କୁ ଭେଟିବା ସହିତ ଶଙ୍ଖଭବନରେ ବିଜେଡିରେ ମିଶିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ନିର୍ବାଚନରେ ନବୀନଙ୍କ ଲେଖା ଛିଡାଇବାକୁ ଆହ୍ୱାନ ଦେଉଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଏବେ ଲାଗିଛି ବଡ ଝଟକା । ସେପଟେ ପ୍ରଦୀପଙ୍କୁ ଅସ୍ତ୍ର କରି ଗଞ୍ଜାମ ଗଡକୁ ଅକ୍ତିଆର କରିଥିଲା ବିଜେପି କିନ୍ତୁ ଏବେ ହିଞ୍ଜିଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଧୀରେ ଧୀରେ ସଙ୍ଘଠିତ ହେବାରେ ଲାଗିଛି ବିଜୁ ଜନତା ଦଳ ।

ସେପଟେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖିଆ ଚଉକି ପାଇଁ ଭିତରେ ଭିତରେ ମାନସ ମନ୍ଥନ ଚାଲିଛି ଆଉ ଏପଟେ ହିଞ୍ଜିଳିରୁ ଶତାଧିକ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହେଲେ । ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିକୁ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *