ନବୀନଙ୍କ ସୁରକ୍ଷାରେ ବିଜେଡିର 50 ବିଧାୟକ । ମେଳି ବାନ୍ଧୁଛନ୍ତି ବିଧାୟକ ଗଣ ଆଗକୁ ଘାଇଲା ହେବ ବିଜେପି ସରକାର । 24 ବର୍ଷର ସରକାରର ପତନ ଘଟିବା ପରେ ମୁଖ୍ୟ ବିରୋଧି ଆସନରେ ବସିଛି ବିଜୁ ଜନତା ଦଳ । ବିଜେଡିର ତୁଙ୍ଗ ନେତାମାନେ ସରକାରଙ୍କ ବିରୁଦ୍ଧରେ ମେଳି ବାନ୍ଧିଲେଣି । ଚର୍ଚ୍ଚା ହେଉଥିଲା ନବୀନଙ୍କ କାନ୍ଧରୁ କ୍ଷମତା ଖସିବା ପରେ ତାଙ୍କୁ କେହି ଖାତିର କରୁହାନାନ୍ତି । ବିଜେଡିରେ ଗୋଷ୍ଠୀ କନ୍ଦଳ ବଢୁଛି । କିନ୍ତୁ ବିଧାନସଭାରେ ବିଜେଡି ବିଧାୟକ ଏକ ହୋଇ ବିଜେପି ସରକାରକୁ ଘେରୁଛନ୍ତି ।
ତେବେ ଚର୍ଚ୍ଚା ବିଜେଡିର ସମସ୍ତ ବିଧାୟକ ମାନଙ୍କ ମଧ୍ୟରୁ ବେଶ ଆକ୍ଟିଭ ଅଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେଡିର ତୁଙ୍ଗ ନେତାଙ୍କୁ ପଛରେ ପକାଇ ଏବେ ନବୀନଙ୍କ ଗୁଡବୁକରେ ଆଗରେ ରହିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଶାସକ ଦଳକୁ ଏକା ଭାରି ପଡୁଛନ୍ତି । ପ୍ରତି କଥାରେ ଶାସକ ଦଳକୁ ପାଲଟା ପ୍ରଶ୍ନ କରି ଘାଇଲା କରୁଛନ୍ତି ପ୍ରମିଳା । ସେ ବିଧାନସଭା ହେଉ କି କୌଣସି କାର୍ଯ୍ୟକ୍ରମ ସବୁଠି ପ୍ରମିଳାଙ୍କ ଦବଦବା ରହିଛି । ବିଜେଡି ସରକାରରେ ଥିବା ସମୟରେ ପ୍ରମିଳା ଶାସକ ଦଳରେ ରହି ଯେତିକି ଆକ୍ଟିଭ ରହୁଥିଲେ ବିରୋଧିରେ ରହିବା ପରେ ବେଶି ସକ୍ରିୟ ହୋଇଛନ୍ତି ।
ଯେତେବେଳେ ପୂର୍ବ ସରକାରଙ୍କୁ ପ୍ରଶ୍ନ କରି ଘେରିଥାନ୍ତି ଶାସକ ଦଳ ସେତେବେଳେ ସାମ୍ନାକୁ ଆସି କଡା ଜବାବ ରଖିଥାନ୍ତି ପ୍ରମିଳା । ବିଜେଡିର ବରିଷ୍ଠ ନାରୀ ନେତ୍ରୀଙ୍କ ମଧ୍ୟରେ ଆଗୁଆ ରହିଛନ୍ତି ପ୍ରମିଳା ମଲ୍ଲିକ । ଦରଦାମ ବୃଦ୍ଧି ପ୍ରସଙ୍ଗ ହେଉ କି ଚାକିରୀ ବିକ୍ରି ପ୍ରସଙ୍ଗ ସବୁଥିରେ ମୋହନଙ୍କୁ ଘାଇଲା କରୁଛି ବିଜେଡି । ପୂର୍ବ ସରକାରଙ୍କ ବିରୁଦ୍ଧରେ ବାରମ୍ୱାର ଦୁର୍ନୀତିର ଅଭିଯୋଗ ଆଣୁଥିବା ଶାସକ ଦଳକୁ ଖୋଲା ଚ୍ୟାଲେଞ୍ଜ କରି କହିଛନ୍ତି ଯଦି ପୂର୍ବ ସରକାରରେ ଦୁର୍ନୀତି ହୋଇଥିଲା ତାହାଲେ ତାହାର ପ୍ରମାଣ ଦିଅନ୍ତୁ ବୋଲି କହୁଛନ୍ତି ପ୍ରମିଳା । ତେବେ ବିଜେଡିରେ ଅନେକ ବରିଷ୍ଠ ନେତା ରହିଥିବା ବେଳେ ପ୍ରମିଳାଙ୍କ ଏହି ଆଟାକ ସରକାରଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହାର ଅପେକ୍ଷା ।