ନବୀନଙ୍କ ଶିକ୍ଷା ମଡେଲକୁ ଜାତୀୟ ସ୍ତରରେ ମିଳିଲା ବାଃ ବାଃ

ନବୀନଙ୍କ ଶିକ୍ଷା ମଡେଲକୁ ଜାତୀୟ ସ୍ତରରେ ମିଳିଲା ବାଃ ବାଃ

ରାଜ୍ୟ ସହ ଦେଶରେ ଏବେ ବି ପ୍ରଶଂସା ସାଉଁଟୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା ମଡେଲ ଜାତୀୟ ସ୍ତରରେ ବାହା ବାହା ଲୁଟୁଥିବା ବେଳେ ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ବି ଭୁରି ଭୁରି ପ୍ରଶଂସା କରାଯାଉଛି । କାରଣ ଓଡିଶାର ଶିକ୍ଷା ବ୍ୟବସ୍ଥା ଅନ୍ୟ ରାଜ୍ୟ ତୁଳନାରେ ତଥା ସାରା ଦେଶରେ ଉନ୍ନତମାନର ବୋଲି ଏକ ରିପୋର୍ଟରୁ ପ୍ରକାଶ ପାଇଛି । ୨୦୨୩-୨୪ ଶିକ୍ଷା ବର୍ଷରେ ଯେଉଁଠି ସାରା ଦେଶରେ ସ୍କୁଲରେ ନାମ ଲେଖା ହାର ହ୍ରାସ ପାଇଛି ସେଠାରେ ଓଡିଶାରେ ୨୦୨୩-୨୪ ଏକାଡେମିକ୍ ଅଧିବେଶରେ ୧ ଲକ୍ଷ ପିଲା ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରେ ଯୋଡି ହୋଇଛନ୍ତି । ଆଉ ଏଥିରୁ ଓଡିଶାର ଶିକ୍ଷା ବ୍ୟବସ୍ଥା କେତେ ଉନ୍ନତ ମାନର ତାହା ପ୍ରମାଣିତ ହୋଇପଡୁଛି ।

ତେବେ ୟୁଡିଆଇଏସଇ ପ୍ଲସ ବା ଦ ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଡୁକେସନ ପ୍ଲସ ର ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ. ୨୦୨୩-୨୪ ଶିକ୍ଷା ବର୍ଷରେ ସାରା ଦେଶରେ ସରକାରୀ ସ୍କୁଲରେ ୩୭ ଲକ୍ଷ ରୁ କମ୍ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କିନ୍ତୁ ଓଡିଶାରେ ୨୦୨୩-୨୪ ଶିକ୍ଷା ବର୍ଷରେ ସାରା ଦେଶ ତୁଳନାରେ ୧ ଲକ୍ଷରୁ ଅଧିକ ପିଲା ସରକାରୀ ସ୍କୁଲରେ ନାମ ଲେଖାଇଥିବା ଦର୍ଶାଯାଇଛି । ଏବଂ ଗତ ବର୍ଷ ଅପେକ୍ଷା ଏହା ଯଥେଷ୍ଟ ଅଧିକ ରହିଛି । ଏପରିକି ଜାତୀୟ ସ୍ତରରେ ଡ୍ରପ ଆଉଟ୍ ହାର ଅଧିକ ଥିବା ବେଳେ ଓଡିଶାର ଡ୍ରପ ଆଉଟ ହାର ବି କମିଛି । ଏହା ସହ ୨୦୨୩-୨୪ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଆବଶ୍ୟକତା ଠାରୁ ଓଡିଶାରେ ଅଧିକ ବିଦ୍ୟାଳୟ ଅଛି। ଓଡିଶା ନଅଟି ରାଜ୍ୟ ମଧ୍ୟରେ ଅଛି ଯେଉଁଠାରେ ଉପଲବ୍ଧ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ଛାତ୍ରଛାତ୍ରୀଙ୍କ ସଂଖ୍ୟାଠାରୁ ଅଧିକ ଅଟେ, ଯାହା ଉପଲବ୍ଧ ବିଦ୍ୟାଳୟଗୁଡ଼ିକର ଉପଯୋଗକୁ ସୂଚାଇଥାଏ। ଖାଲି ଏତିକି ନୁହେଁ ବିଭିନ୍ନ ରାଜ୍ୟ ତୁଳନାରେ ଯେଉଁଠାରେ ସରକାରୀ ବିଦ୍ୟାଳୟ ତୁଳନାରେ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଅଧିକ, ଓଡିଶାରେ ଏହି ଧାରା ଓଲଟା ରହିଛି। ଯେଉଁଥିରୁ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ପସନ୍ଦ କରାଯାଉଥିବା ସ୍ପଷ୍ଟ ହୋଇପଡୁଛି ।

ତେବେ ଏସବୁ ବିଜେଡି ସରକାର ସମୟରେ ଚାଲିଥିବା ୫ଟି ମଡେଲ ପାଇଁ ସମ୍ଭବ ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । କିନ୍ତୁ ବିଜେପି ସରକାରକୁ ଆସିବା ପରେ ରାଜ୍ୟରୁ ୫ଟି କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛି । ଏପରିକି ଶିକ୍ଷା ନୀତିକୁ ଅଧିକ ଉନ୍ନତ କରିବା ପାଇଁ ନୂଆ ନୂଆ ନୀତି ଆପଣାଉଛି । ତେବେ ଦେଖାଯାଉ ବିଜେପି ସରକାରର ଶିକ୍ଷା ବ୍ୟବସ୍ଥା ବିଜେଡିଠାରୁ କେତେ ଉନ୍ନତ ରହୁଛି ଏବଂ ଜାତୀୟ ସ୍ତରରେ ବା ବା ଲୁଟିପାରୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *