ନବୀନଙ୍କ English ଶୁଣି ମୋହନଙ୍କ କାନରେ ଧୂଆଁ !

ନବୀନଙ୍କ English ଶୁଣି ମୋହନଙ୍କ କାନରେ ଧୂଆଁ !

ସଭାପତି ଚେୟାରରେ ବସୁ ବସୁ ଭାରତୀୟ ଜନତା ପାର୍ଟି ସରକାରକୁ ଧୋଇଲେ ନବୀନ । ହଁ ଆଜ୍ଞା ଶଙ୍ଖଭବନରେ ହେଲା ବଡ ବିସ୍ପୋରଣ । ଭାଷଣ ଦେଲେ ନବୀନ ଶୁଣି କରି ଦୁଇ ମୋହନଙ୍କୁ ଲାଗିଲାଣି ଛନକା । ସାଧାରଣ ନିର୍ବାଚନର ପରାଜୟ ପରେ ବିଜେଡି ଏବେ ନିଜର ଘର ସଜାଡିବା ଅଭିଯାନ ଆରମ୍ଭ କରିଛି । ଦଳର ବରିଷ୍ଠ ଓ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ ଦେବା ସହ ନିଜେ ନବମ ଥର ପାଇଁ ମୁଖିଆ ଭାବେ ନିର୍ବାଚିତ ହୋଇଛନ୍ତି । ଯାହାପରେ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ନବୀନଙ୍କ ନୂଆ ଇନିଂସରେ ଥରହର ଶାସକ ଦଳ । ସାଧାରଣ ନିର୍ବାଚନକୁ 10 ମାସ ବିତିଯାଇଛି ଆଉ ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି । 50 ବିଧାୟକ ଓ 7 ସାଂସଦଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ନବୀନ । କେମିତି ଶାସକ ଦଳକୁ ଘେରିବ କେଉଁ ରଣନୀତି କାମ ଦେବ ସେନେଇ ନବୀନ ନିବାସରୁ ଶଙ୍ଖଭବନ ପର୍ଯ୍ୟନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି ।

ଗତକାଲି ଶଙ୍ଖଭବନରେ ନବୀନ ସଭାପତି ପଦବୀରେ ନିର୍ବାଚିତ ହେବା ପରେ ନିଜର ଅଭିଭାଷଣ ରଖିଥିଲେ । ଏବଂ ସେ ନିଜର ଅଭିଭାଷଣରେ କହିଥିଲେ ବିଜେପିର ମିଛ ପ୍ରଚାର ଆମେ ଠିକ ଭାବରେ ଜବାବ ରଖିପାରିଲେ ନାହିଁ । ଆମକୁ ଲୋକଙ୍କ ପାଖରେ ପହଞ୍ଚିବାକୁ ହେବ । ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ଦୃଢ ଜବାବ ରଖିବାକୁ ହେବ । ଏବେବି ପ୍ରତିପକ୍ଷ ଦଳ ବିଜେଡି ବିରୋଧରେ ମିଛ ପ୍ରଚାର କରି ରଣନୀତି କରୁଛନ୍ତି କିନ୍ତୁ ଆଗାମୀ ଦିନରେ ବିଜେଡି ଏହାର ସଠିକ ଜବାବ ଦେବ । ସବୁ ଗାଁ ସହରରେ ବିଜେଡିର ସେବାର ବାର୍ତ୍ତା ପହଞ୍ଚାଇବାକୁ ହେବ ଏବଂ ଯାହାର ପ୍ରୟାସ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ।

ଯଦିଓ ବିଜେଡିର ଗୋଷ୍ଠୀ କନ୍ଦଳକୁ ନେଇ ରାଜ୍ୟ ରାଜନୀତିରେ ଅଧିକ ଚର୍ଚ୍ଚା ଲାଗି ରହିଛି କିନ୍ତୁ ବିରୋଧି ଦଳର ଭୂମିକା ନିଭାଇବାରେ କେବେ ବି ପଞ୍ଚଘୁଞ୍ଛା ଦେବ ନାହିଁ ବିଜେଡି । 24 ବର୍ଷ ଧରି ଓଡିଶାର ଯେଉଁ ସାଧାରଣ ଜନତାଙ୍କ ହକ୍ ପାଇଁ ବିଜେଡି ଲଢେଇ କରୁଥିଲା ସେ ଲଢେଇ ଏବେ ଜାରି ରହିବ ବୋଲି ବିଜେଡିର ନେତାମାନେ କହିଛନ୍ତି । ନବୀନଙ୍କ ଅଭିଭାଷଣର କାଉଣ୍ଟର ରଖିଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ । ତେବେ ଦେଖିବାକୁ ଅପେକ୍ଷା ଦୁଇ ଦଳଙ୍କ ଏହି ତୁ ତୁ ମେମେ ଆଗକୁ ରାଜ୍ୟ ରାଜନୀତିରେ କେଉଁ ବିସ୍ପୋରଣ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *