ନବୀନ ଗଢୁଛନ୍ତି ନୂଆ ଟିମ ବିନ୍ଧିଲାଣି ମୋହନଙ୍କ ମୁଣ୍ଡ !

ନବୀନ ଗଢୁଛନ୍ତି ନୂଆ ଟିମ ବିନ୍ଧିଲାଣି ମୋହନଙ୍କ ମୁଣ୍ଡ !

ସଶକ୍ତ ହେଉଛି ବିଜେଡି ଶାସକ ଦଳକୁ ଘେରିବାକୁ ଚାଲିଛି ଅଙ୍କକଶା । ନିର୍ବାଚନକୁ ସାତ ମାସ ବିତିଯାଇଛି ଏବଂ ବିଜେଡି ସୁପ୍ରିମୋଙ୍କ ସକ୍ରିୟତା ଦେଖି ଶାସକ ଶିବିରରେ ବଢୁଛି ତାତି । ନୂଆ ସରକାରଙ୍କୁ ଘେରିବା ପାଇଁ ନବୀନ ଗଢୁଛନ୍ତି ନୂଆ ଟିମ । କେଉଁ ଛାମୁଆ ନେତାଙ୍କୁ ମିଳିବ ଦାୟିତ୍ୱ ? କିଏ ହେବ ନବୀନଙ୍କ ବିଶ୍ୱସ୍ତ ? ମୋହନଙ୍କୁ ଘେରିବାରେ ଆଗରେ ରହିବେ ବିଜେଡିର କେଉଁ ନେତା ? ବିରୋଧି ବିଜୁ ଜନତା ଦଳକୁ ନେଇ ଏଭଳି ଅନେକ କିଛି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ।

ହଁ ଦର୍ଶକବନ୍ଧୁ ଆଗକୁ 2027ରେ ପୌର ଓ ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ନୂଆ ରୂପରେ ଆସୁଛି ବିଜେଡି । ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରତାପ ଦେବଙ୍କ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପାଇଁ ନିଯୁକ୍ତି ମିଳିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ବଢିଛି । ଦଳର ସମ୍ୱିଧାନ ନିୟମ ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ହୋଇଥାଏ । ତେବେ 2020 ପରେ ବିଜେଡିର ଆଉ ସାଙ୍ଗଠନିକ ନିର୍ବାଚନ ହୋଇନାହିଁ । ବର୍ତ୍ତମାନ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ରାଜ୍ୟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ପରେ ଜିଲ୍ଲା ଗୁଡିକରେ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହେବେ । ତେବେ ପଞ୍ଚାୟତ,ଜିଲ୍ଲା,ବ୍ଲକ ଓ ରାଜ୍ୟ ପରିଷଦ ପାଇଁ ବିଜେଡିର ସାଙ୍ଗଠନିକ ନିର୍ବାଚନ ହେବାକୁ ଯାଉଛି ।

ନିର୍ବାଚନ ପରେ ପରେ ବିଜେଡି ସୁପ୍ରିମୋ ସମସ୍ତ କମିଟିକୁ ଭଙ୍ଗ କରିଥିଲେ ଏବଂ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଅଧକ୍ଷତାରେ ରାଜ୍ୟ ସମନ୍ୱୟ କିମିଟି ଗଠନ ହୋଇ କାର୍ଯ୍ୟ ହୋଇଆସୁଥିଲା । ତେବେ ବର୍ତ୍ତମାନ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ କେଉଁ ଛାମୁଆ ନେତାଙ୍କୁ ଶଙ୍ଖପତି ଦଳର ଦାୟିତ୍ୱ ତେବେ ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ବିଜେପି ଶିବିରରେ ରାଜ୍ୟ ସଭାପତି ଚୟନ ନେଇ ମାନସମନ୍ଥନ ଚାଲିଛି । ଭିତରେ ଭିତରେ ଦୁଇ ଚାରୋଟି ଗୋଷ୍ଠୀ ଗୋଟିଏ ପଦବୀ ପାଇଁ ଲବି କରୁଛନ୍ତି ।

ତେବେ ଦେଖିବାକୁ ଅପେକ୍ଷା ନବୀନଙ୍କ ନୂଆ ଟିମରେ ବିଜେଡିର କେଉଁ ନେତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଉଛି ଏବଂ ମୋହନ ସରକାରଙ୍କୁ ଘେରିବାରେ ନବୀନଙ୍କ ଟିମ କେତେ ସକସେସ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *