ପଣା ସଂକ୍ରାନ୍ତି ପୂର୍ବରୁ ସରିବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେଡି ନେତା ପ୍ରଦୀପ ଅମାତ୍ । ଆଜି ଦଳର ସମନ୍ୱୟ ବୈଠକ ସଭାପତିଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଅଧ୍ୟକ୍ଷତା କରିଥିଲେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ଏବଂ ଏହି ବୈଠକ ପରେ ସାଙ୍ଗଠନିକ ନିର୍ବାଚନ ଓଡିଆ ନୂଆ ବର୍ଷ ପୂର୍ବରୁ ସରିବା ନେଇ ସୂଚନା ମିଳିଛି । ବୈଠକରେ ସମନ୍ୱୟ କମିଟିର ୧୩ ସଦସ୍ୟ ଏବଂ ଅନ୍ୟ କର୍ମୀ ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇଥିଲେ। ବୈଠକରେ ଆଗକୁ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ବିଷୟରେ ଆଲୋଚନା ହୋଇଛି। ତେବେ ଏହି ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ। ଏହା ପରେ ପରେ ବିଧାନସଭାମଣ୍ଡଳିୱାରୀ ନିର୍ବାଚନ ଅଧିକାରୀ ବା ଏଆରଓ ନିଯୁକ୍ତି ହେବେ ବୋଲି ଅମାତ ଗଣମାଧ୍ୟମକୁ କହିଛନ୍ତି। ଏହାପରେ କାର୍ୟ୍ୟକାରିଣୀ କମିଟି ସଦସ୍ୟ, ଷ୍ଟେଟ କାଉନସିଲ ସଦସ୍ୟ ନିର୍ବାଚିତ ହୋଇ ରାଜ୍ୟ ସଭାପତି ଚୟନ କରିବେ। ଏହାସହ ଦଳୀୟ ସଭାପତି ମଧ୍ୟ ନିର୍ବାଚିତ ହେବେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ।

You can share this post!
author