ନବୀନ ଡାକିଲେ ବୈଠକ ,ଗୁରୁତ୍ୱପୂର୍ଣ୍ଣ ଆଲୋଚନା |

ନବୀନ ଡାକିଲେ ବୈଠକ ,ଗୁରୁତ୍ୱପୂର୍ଣ୍ଣ ଆଲୋଚନା |

ନବୀନ ଡାକିଲେ ବୈଠକ . ନବୀନ ନିବାସରେ ପହଂଚିଲେ ସବୁ ନେତା . ବୈଠକରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା . ତେବେ ଗତ କାଲି ସନ୍ଧ୍ୟା ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ପ୍ରଥମ ରାଜନୈତିକ ବ୍ୟାପାର କମିଟି ବୈଠକ ହୋଇଯାଇଛି .
ଯେଉଁଥିରେ ଦଳର ବରିଷ୍ଠ ନେତା ମାନେ ଯୋଗ ଦେଇଥିଲେ . ଜାତୀୟ ସୁରକ୍ଷା ,ରାଜ୍ୟ ରାଜନୈତିକ ପରିସ୍ଥିତି ,ଓଡ଼ିଶାର ଶିଳ୍ପ ବିକାଶ ଓ ବିଜେଡ଼ିର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ପ୍ରସ୍ତାବ ଗୃହୀତ ହୋଇଛି . ଅପରେସନ ସିନ୍ଦୂରର ସଫଳତାକୁ ବୈଠକରେ ପ୍ରଶଂସା କରାଯାଇଛି .

ବୈଠକ ପରେ ଗଣମାଧକକୁ ପ୍ରତିକ୍ରିୟା ଦେଇ ପିଏସି ସଦସ୍ୟ ନିରଞ୍ଜନ ପୂଜାରୀ କହିଥିଲେ.ଦଳ ସବୁ ସମୟରେ ଭାରତୀୟ ସେନା ଓ ଅନ୍ୟ ଏଜେନ୍ସି ସହିତ ଅଛି .ଭାରତୀୟ ସେନା ପାଇଁ ବିଜେଡ଼ି ଗର୍ବିତ .ଏହି ଅବସରରେ ପହଲଗାଓଁରେ ଆତଙ୍କବାଦୀଙ୍କ ଗୁଳିରେ ନିହିତ ବ୍ୟକ୍ତିମାନଙ୍କ ଅମରଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା . ବିଜୁ ଜନତା ଦଳ ଭାରତୀୟ ସେନା ପାଇଁ ବର୍ଗିତ .ସେହିପରି ନବୀନ ପଟ୍ଟନାୟକଙ୍କୁ ଶିଳ୍ପ ବିପ୍ଲବ ପାଇଁ ଧନ୍ୟବାଦ ଜଣାଇଛି ପିଏସି .

author

Related Articles

Leave a Reply

Your email address will not be published. Required fields are marked *