ନବୀନ ଦେଇଥିଲେ ମୋହନ ନେଇଗଲେ

ନବୀନ ଦେଇଥିଲେ ମୋହନ ନେଇଗଲେ

ନବୀନ ଦେଇଥିଲେ ମୋହନ ନେଇଗଲେ . ଆଖି ଆଗରେ ଘରକୁ ଖଣ୍ଡ ଖଣ୍ଡ କରିନେଲେ ଡ୍ରୋଜର . ଆଖି ଆଗରେ ଘର କାନ୍ଥରୁ ଖଣ୍ଡ ଖଣ୍ଡ ହୋଇଗଳିପଡ଼ିଲା ଛାତ . ପିଲା ଛୁଆଙ୍କୁ ଧରି ପଦାକୁ ବାହାରି ଆସିଲେ ଲୋକେ . ତେବେ ଦୀର୍ଘ ବର୍ଷରୁ ରହିଆସୁଥିବା ଆବାସ ଘର ଭାଙ୍ଗି ଦିଆଯାଇଛି . ରାସ୍ତା ସମ୍ପ୍ରସାରଣ ପାଇଁ ଅନେକ ଗରିବ ଲୋକଙ୍କ ଘର ଭାଙ୍ଗି ଦିଆଯାଇଛି .

ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ . କୋମନା ବ୍ଲକରେ କୁ ଭେଲା ଗ୍ରାମ ସହ ଯୋଡ଼ୁଥିବା ବଙ୍ଗଳାପଡା ରାସ୍ତା ସମ୍ପ୍ରସାରଣ ପାଇଁ ଦୁଇ କଡରେ ରହୁଥିବା ଅନେକ ଘରକୁ ପ୍ରଶାସନ ଆଜି ଭାଙ୍ଗିଦେଇଛନ୍ତି . ଯେଉଁ ଘରେ ଏହି ଲୋକ ମାନେ ଦୀର୍ଘ ଚାଳିଶ ବର୍ଷରୁ ରହି ଆସୁଥିଲେ ତାଙ୍କୁ ଏତେ ବର୍ଷ ପରେ କୌଣସି ବ୍ୟବସ୍ଥା ନକରି ଭାଙ୍ଗି ଦିଆଯାଇଛି, ଏହି ରାସ୍ତା ସମ୍ପ୍ରସାରଣ ରେ ଅନେକ ନବୀନ ସରକାର ଦେଇଥିବା ଆବାସ ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି ଏଣୁ ବର୍ତ୍ତମାନ ପରିସ୍ଥିତିରେ ଏଠି ରହୁଥିବା ପରିବାର ରହିବେ କେଉଁଠି ଏହା ଏକ ପ୍ରଶ୍ନ ସୃଷ୍ଟି କରୁଅଛି,

ଏଠାରେ ଲୋକଙ୍କ ଅଭିଯୋଗ ବି ରହୁଛି ଯେ ବଡ଼ବଡିଆ ଲୋକଙ୍କ ଘରକୁ ଜାଣିଶୁଣି ପ୍ରଶାସନ ଭାଙ୍ଗିନାହିଁ କେଜାଣି କେଉଁ ଚାପରେ ? ଦୀର୍ଘ ଚାଳିଶ ବର୍ଷରୁ ରହି ଆସୁଥିବା ପରିବାର ପାଇଁ କୌଣସି ବ୍ୟବସ୍ଥା ନକରି ପ୍ରଶାସନ ଘର ଭାଙ୍ଗି ଦେଇଛି ଏବେ ଆସୁଥିବା ଗ୍ରୀଷ୍ମ ଋତୁରେ ଏମାନେ ରହିବେ କଉଠି? ତେଣୁ ବାସ ହୀନ ହୋଇଥିବା ସେହି ଗରିବ ଲୋକମାନଙ୍କୁ ଯଥା ଶୀଘ୍ର ବାସଗୃହ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଲୋକେ ଦାବି କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *