ନବୀନ ଦେଲେ କର୍ଣ୍ଣମନ୍ତ୍ର ରଣହୁଙ୍କାର ଦେଲେ ବିକ୍ରମ ଆରୁଖ
ଚାରିମାସ ପରେ ମୋହନଙ୍କ ବିରୁଦ୍ଧରେ ସ୍ୱର ଉଠାଇଲେ ପୂର୍ବତନ ମନ୍ତ୍ରୀ
ସନ୍ନ୍ୟାସ ନୁହେଁ ରାଜନୀତିରେ ପୁଣି ଆକ୍ଚିଭ ହେଲେ ଏହି ବିଜେଡି ହେଭିୱେଟ
ହଁ ଦର୍ଶକବନ୍ଧୁ ରାଜ୍ୟରେ 24 ବର୍ଷର ସରକାରର ପତନ ପରେ ଶଙ୍ଖଭବନରେ ମୂର୍ଚ୍ଛା ହୋଇ ପଡିଥିଲେ ବିଜେଡିର ଛାମୁଆ ନେତା । ମୋଦି ଲହର ବଡ ବଡ ରଥୀ ମହାରଥୀଙ୍କୁ ଦେଇଥିଲା ପରାଜୟର ଶକ୍ତ ଝଟକା । ଚଳିତ ସାଧାରଣ ନିର୍ବାଚନର ଉପରେ ଆମେ ଯଦି ନଜର ପକାଇବା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବେ ହ୍ୟାଟ୍ରିକ କରି ଆସୁଥିବା ବିଜେଡିର ଛାମୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖଙ୍କର ଶୋଚନୀୟ ପରାଜୟ ହୋଇଥିଲା । ଏହାପରେ ତାଙ୍କୁ ରାଜ୍ୟ ରାଜନୀତିରେ ସେତେଟା ସକ୍ରିୟ ଦେଖିବାକୁ ମିଳୁନଥିଲା । ଏହାରି ଭିତରେ ନିର୍ବାଚନକୁ ପାଞ୍ଚ ମାସ ବିତିଯାଇଛି ପ୍ରଥମ କରି ପଦାକୁ ବାହାରିଛନ୍ତି ବିଜେଡିର ହେଭିୱେଟ ନେତା ବିକ୍ରମ କେଶରୀ ଆରୁଖ । ଦଳର କୌଣସି କାର୍ଯ୍ୟକ୍ରମରେ ନା ନଜର ଆସୁଥିଲେ ନା ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହୁଥିଲେ । କିନ୍ତୁ ବର୍ତ୍ତମାନ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ନଜର ଆସିଛନ୍ତି ବିକ୍ରମ ଆରୁଖ । ରାଜନୀତିରେ ସକ୍ରିୟ ନଥିବା ଆରୁଖଙ୍କ ଅନୁପସ୍ଥିତିକୁ ନେଇ ନାନା ଚର୍ଚ୍ଚା ହେଉଥିଲା ତେଣୁ ସମସ୍ତେ ଭାବିଲେ ବୋଧେ ଶ୍ରୀ ଆରୁଖ ରାଜନୀତିରୁ ସ୍ୱତଃପ୍ରବୁତ୍ତ ଭାବେ ସନ୍ୟାସ ନେଇଗଲେ। ହେଲେ କିଛି ଦିନର ନୀରବତା ପରେ ସେସବୁକୁ ଭୁଲ ପ୍ରମାଣିତ କରି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଶ୍ରୀ ଆରୁଖ ପୁଣିଥରେ ରାଜନୀତିରେ ସକ୍ରିୟ ହୋଇ ଉଠିଛନ୍ତି। ଦଳୀୟ ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ, ଭଂଜନଗର ବ୍ଳକର ହରିଗଡ ପଞ୍ଚାୟତରେ ଆୟୋଜିତ ହୋଇଥିବା ପଦଯାତ୍ରାରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଏବଂ ସମର୍ଥକ ସାମିଲ ହୋଇଥିଲେ । ଏହି ପଞ୍ଚାୟତର ହରିଗଡ, ନୂଆଁପଲ୍ଲୀ, ବଦାଙ୍ଗି ଆଦି ଗାଁ ମାନଙ୍କରେ ପଦଯାତ୍ରା ସାଙ୍ଗକୁ, ପଥପ୍ରାନ୍ତ ସଭାର ଆୟୋଜନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତଥା ବିଜେଡି ଶାସନ ସମୟରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ, ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଦୋହରାଇଥିଲେ ଦଳୀୟ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ଆରୁଖ ।