ନବୀନ ନାରାରେ କମ୍ପିଲା ବିଜେପି ଅଗଣା…

ନବୀନ ନାରାରେ କମ୍ପିଲା ବିଜେପି ଅଗଣା…

ନବୀନ ନାରାରେ କମ୍ପିଲା ବିଜେପି ଅଗଣା । ନବୀନଙ୍କ ପଛରେ ଭିଡ ଦେଖି ଆଶ୍ଚର୍ଯ୍ୟ ବିଜେପି ନେତା । ହଁ ଦର୍ଶକବନ୍ଧୁ, ଟିକେ ନଜର ପକାନ୍ତୁ ଏହି ଭିଡ ଉପରେ । କିପରି ବିଜେଡି ଆନ୍ଦୋଳନରେ ସାମିଲ ହୋଇଥିବା ଲୋକଙ୍କ ଗହଳି ଏତେ ଯେ, ଆଖି ପାଉନି । ଧାଡି କୁଆଡେ ଲମ୍ବିଛି ତାହା ବି ଜଣା ପଡୁନି ।

ତେବେ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ ଦାବି କରି ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ହଜାର ହଜାର କର୍ମୀଙ୍କ ସମେତ ବିଜେଡି ନେତାମାନେ ଏଥିରେ ସାମିଲ ହୋଇ ମୋହନ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ । ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେପି ସରକାର ଉପରେ ଚାପ ସୃଷ୍ଟି କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲା ବିଜେଡି। କିଛି ଦିନ ତଳେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଙଈଉଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେଡି ଏଥିରେ ପ୍ରଶ୍ନ ଉଠାଇ କହିଛି, ଯେଉଁଠି ସିଟ ଖାଲି ପଡୁଛି, ସେଠି ସଂରକ୍ଷଣ ଦିଆଯାଇଛି। ଏଥିରେ କି ଫାଇଦା ମିଳିବ। ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ କେବେ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ଓବିସିମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ବାରମ୍ବାର ଦାବି ହେଉଥିବା ବେଳେ, କେନ୍ଦ୍ର ସରକାର ଶୁଣୁନଥିବା ଦଳ ଅଭିଯୋଗ କରିଛି। ଏପରିକି ବିଧାନସଭାରେ ମଧ୍ୟ ବିଜେଡି ଏ ସମ୍ପର୍କରେ ସ୍ୱର ଉଠାଇ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ରାଜଭବନ ସମ୍ମୁଖରେ ବିଶାଳ ଧାରଣା ଦେଇଛି । କିନ୍ତୁ ମୋହନ ସରକାର ନିଜ ଜିଦରେ ଅଟଳ ରହୁଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *