ମୁଁ ବହୁତ ଦୁଃଖିତ ଅଟେ । କାଶ୍ମୀରରେ ଆପଣଙ୍କ ଭାଇଙ୍କ ସହ ଯେଉଁ ଘଟଣା ଘଟିଲା ସେଥିପାଇଁ ମୁଁ ମର୍ମାହତ । କିଛି ସାହାଯ୍ୟ ଦରକାର ହେଲେ ମୋତେ ନିଶ୍ଚୟ କହିବେ । ମୁଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି । ଛଳଛଳ ଆଖି କୋହଭରା କଣ୍ଠରେ ନବୀନ ନିବାସରୁ ଫୋନ ଲଗାଇଲେ ନବୀନ….ମୃତକ ପ୍ରଶାନ୍ତ ଶତପଥୀଙ୍କ ବଡ ଭାଇଙ୍କୁ ଫୋନ ଲଗାଇ ସମଦେବନା ଜଣାଇଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପଟେ ପ୍ରଶାନ୍ତଙ୍କ ଘରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱାମୀଙ୍କ ମୃତ ଶରୀରକୁ ଧରି ଛାତି ବାଡେଇ କାନ୍ଦୁଥାନ୍ତି ପ୍ରଶାନ୍ତଙ୍କ ପତ୍ନୀ….
ହଁ ଦର୍ଶକବନ୍ଧୁ କାଶ୍ମୀର ପହଲଗାମ ଠାରେ ଆତଙ୍କୀଙ୍କ ଆକ୍ରମଣରେ ଟଳିପଡିଛନ୍ତି 26 ଭାରତୀୟ । ଯେଉଁ ଦୃଶ୍ୟ ଦେଖିବା ପରେ ଥରିଉଠିଛି ଭାରତୀୟଙ୍କ ଛାତି । ନିଜର ପ୍ରିୟଜନଙ୍କ ସହିତ ଛୁଟି ମନେଇବା ପାଇଁ ଭାରତର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଭିଡ ଜମାଇଥିଲେ । ହେଲେ ହଠାତ୍ ପାକିସ୍ତାନର ଏହି ବର୍ବୋଚିତ କାଣ୍ଡରେ ଲିଭିଯାଇଛି କେତେକଙ୍କ ଜୀବନ ଦ୍ୱୀପ । ରକ୍ତାକ୍ତ ହୋଇପଡିଛି କାଶ୍ମୀର । ଧଳା ବରଫ ସତେ ଯେମିତି ରକ୍ତର ଲୁହ କାନ୍ଦୁଛି ।….
ଆତଙ୍କୀଙ୍କ ହମଲାରେ ଓଡିଶା ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ଘଟିଛି । ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଫୋନ ଜରିଆରେ ସମଦେବନା ଜଣାଇଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ପ୍ରଶାନ୍ତଙ୍କ ବଡ ଭାଇଙ୍କୁ କଲ୍ କରି ସମବେଦନା ଜଣାଇବା ସହ ସାହାଯ୍ୟର ହାତ ବଢାଇଛନ୍ତି ବିଜେଡି ସୁପ୍ରିମୋ ।…
ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଅଧକ୍ଷତାରେ ଘନ ଘନ ବୈଠକ ବସୁଛି । ଶତ୍ରୁଦେଶ ପାକିସ୍ତାନକୁ ଜବାବ ଦେବା ପାଇଁ ମୋଦିଙ୍କ ଟିମର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ,ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ଆତଙ୍କୀଙ୍କ ଏହି ବର୍ବୋଚିତ ଆକ୍ରମଣ ଏବେ ପାକିସ୍ତାନକୁ ମହଙ୍ଗା ପଡିପାରେ । ତେବେ ଶୋକସନ୍ତପ୍ତ ପରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି ।…