ନବୀନ ନିବାସରେ ଚାଲିଛି ସିକ୍ରେଟ ପ୍ଲାନିଂ !

ନବୀନ ନିବାସରେ ଚାଲିଛି ସିକ୍ରେଟ ପ୍ଲାନିଂ !

ନବୀନ ନିବାସରେ ଚାଲିଛି କି କିଛି ନୂଆ ପ୍ଲାନ ? କାହିଁକି ନବୀନ ନିବାସରେ ଜମୁଛି ଲୋକଙ୍କ ଭିଡ ? ନିର୍ବାଚନ ପରଠାରୁ ଚଳଚଞ୍ଚଳ ହୋଇଉଠିଛି ନବୀନ ନିବାସ । କେତେବେଳେ ବୈଠକ ତ ଆଉ କେତେବେଳେ କୌଣସି ଆଲୋଚନା ନେଇ ନବୀନ ନିବାସରେ ପ୍ରବଳ ଗହଳି ଜମୁଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବିଜେଡି କର୍ମୀମାନେ ନବୀନ ନିବାସ ଆସି ଦଳର ସଭାପତିଙ୍କୁ ଭେଟିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ନବୀନ ସେମାନଙ୍କ ସୁଖ ଦୁଃଖ ବୁଝିବା ସହିତ ଦଳକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଦେଉଛନ୍ତି । ଯାହାକୁ ନେଇ ନବୀନ ନିବାସରେ କିଛି ସିକ୍ରେଟ ପ୍ଲାନିଂ ଚାଲିଥିବା ଚର୍ଚ୍ଚା ହେଉଛି । ତେବେ ନିର୍ବାଚନରେ ପରାଜୟ ବରଣ କରିବା ପରଠାରୁ ନବୀନ ଅନ୍ୟ ନେତାଙ୍କ ଉପରେ ଭରଷା ନକରି ଦଳର ମଙ୍ଗ ନିଜେ ଧରିବା ସହିତ କିପରି ଦଳକୁ ଆଗକୁ ନିଆଯିବ ସେନେଇ ଖୋଦ ଦଳର ସୁପ୍ରିମୋ ଦଳର କର୍ମୀଙ୍କୁ ମାଗଦର୍ଶନ କରାଉଛନ୍ତି । କିନ୍ତୁ ଏହାକୁ ନେଇ ରାଜନୀତିରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି ।

ତେବେ ଦଳକୁ ସଙ୍ଗଠିତ କରି ରଖିବା ପାଇଁ ବିଜେଡି ସଭାପତି ତୃଣମୂଳ ସ୍ତରରୁ ଲୋକଙ୍କୁ ଭେଟିବା ପାଇଁ ଏବଂ ଗାଁକୁ ଗାଁ ବୁଲିବା ନେଇ ବିଜେଡି ନେତାମାନେ ଘୋଷଣା କରିଥିଲେ । ନଭେମ୍ବରରୁ ମଇଦାନକୁ ନବୀନ ଓହ୍ଲାଇବେ ଏଥିପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିଲା । କିନ୍ତୁ ନଭେମ୍ବର ସରି ଡିସେମ୍ବର ମାସର ୧୦ ଦିନ ବିତିଗଲାଣି । ହେଲେ ଏଯାଏଁ ପଦାକୁ ବାହାରିଲେନି ନବୀନ । ଗାଁ ବୁଲିବା ପରିବର୍ତେ ବିଧାନସଭାରେ ଫୁଲ ଆକ୍ଟିଭ ରହିବା ସହ ଗଣମାଧ୍ୟମକୁ ଆସି ଗୋଟିଏ ପରେ ଗୋଟିଏ ବୟାନ ଦେଇ ବିଜେପିକୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି । ଏହା ସହ ବିଧାନସଭାରେ ନିଜେ ଚୁପ୍ ରହି ଦଳର ବିଧାୟକମାନଙ୍କୁ ବିଭିନ୍ନ ପ୍ରଶ୍ନ ଏବଂ ପ୍ରସଙ୍ଗ ଉଠାଇ ହୁଲସ୍ତୁଲ କରିବା ନେଇ ଆହ୍ୱାନ ଦେଉଛନ୍ତି । ଏପରିକି ବିଧାନସଭା ବାହାରେ ମହିଳାମାନେ ନ୍ୟାୟ ଦାବି ନେଇ ହରତାଳ କରୁଥିବା ବେଳେ ସେମାନଙ୍କ ପାଖକୁ ଯାଇ ରାଜରାସ୍ତାକୁ ଓହ୍ଲାଇ ସେମାନଙ୍କ ସହ ସ୍ୱର ଉଠାଇବାକୁ ଏବଂ ମୋହନ ସରକାରଙ୍କୁ ଅକଳରେ ପକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏଥିରୁ ହିଁ ନବୀନ ପ୍ରତ୍ୟକ୍ଷରେ ଆକ୍ଟିଭ ରହିବା ବଦଳରେ ପରୋକ୍ଷରେ ବେଶି ଆକ୍ଟିଭ ରହୁଥିବା ଏବଂ ନୂଆ ରଣନୀତି ସହ ମଇଦାନରେ ସକ୍ରିୟ ରହୁଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *