ନବୀନ ନିବାସରେ ଜମିଛି ବିଜେଡି ନେତା ଓ କର୍ମୀଙ୍କ ଭିଡ । ବୁଧବାର ବିଜେଡିର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇଥିବା ନେତାଙ୍କ ନାଁ ଏବଂ ଟିକେଟ ଲିଷ୍ଟରେ ନାଁ ନଥିବା ନେତା ମାନେ ମଧ୍ୟ ନବୀନ ନିବାସରେ ନଜର ଆସିଛନ୍ତି । ଯେଉଁ ମାନଙ୍କୁ ଭରସା କରି ନବୀନ ଟିକେଟ୍ ଦେଇଛନ୍ତି ସେମାନେ ନବୀନଙ୍କୁ ଧନ୍ୟବାଦ ଦେବାକୁ ଆସିଥିବା ବେଳେ ଯେଉଁ ମାନଙ୍କ ନାଁ ଘୋଷଣା କରାଯାଇନାହିଁ ବା ଟିକେଟ ଲିଷ୍ଟରୁ ବାଦ ପଡିଛନ୍ତି ତାକୁ ନେଇ ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବାକୁ ନେତାଙ୍କ ଭିଡ ଲାଗିଛି । ସକାଳୁ ଏଯାଏଁ ନବୀନଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଏଯାଏଁ ନବୀନଙ୍କ ସହିତ ଭେଟ ହୋଇନାହିଁ । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଆହୁରି କିଛି ନିର୍ବାଚନ ମଣ୍ଡଳୀର କିଛି ନେତାଙ୍କ ଭାଗ୍ୟ ଝୁଲୁଥିବା କୁହାଯାଉଛି ।

You can share this post!
author