ନବୀନ ନିବାସରେ ଲାଗିଲା ନିଆଁ ! ବିଜେଡ଼ି ବନାମ ବଜେଡ଼ି କଳି !

ନବୀନ ନିବାସରେ ଲାଗିଲା ନିଆଁ ! ବିଜେଡ଼ି ବନାମ ବଜେଡ଼ି କଳି !

ନବୀନ ନିବାସରେ ଲାଗିଲା ନିଆଁ ! ବିଜେଡ଼ି ବନାମ ବଜେଡ଼ି କଳି ! ଥମୁନି ୱକଫ ନିଆଁ ଜଳୁଛନ୍ତି ନେତା ! ଦର୍ଶକ ବନ୍ଧୁ ନିକଟରେ ୱକଫ ବିଲ ସପକ୍ଷରେ ମତଦାନ ଘଟଣା ବିଜେଡ଼ି ଭିତର କଳିକୁ ପଦାରେ ପକାଇଛି . ଗତ ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ପରଠୁ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳୁଥିବା ଦେଖିବାକୁ ମିଳିଥିଲା . କିଛି ନେତା ପରୋକ୍ଷରେ ତାଙ୍କୁ ଇଙ୍ଗିତ କଲାଭଳି ବୟାନ ବି ଦେଇଥିଲେ ହେଲେ ଏଥର ସିଧାସଳଖ ତାଙ୍କ ନାଁରେ ଟାର୍ଗେଟ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ତ୍ରିପାଠୀଙ୍କ ପରି ନେତା . ଆଉ ପାଣ୍ଡିଆନଙ୍କ ସୁରକ୍ଷା ବାହାରିଛନ୍ତି ଦଳର ସାଂସଦ ଓ ନେତା . ସୋସିଆଲ ମିଡିଆରେ ନିଜ ଦଳର ନେତାଙ୍କୁ ଟର୍ଗେଟ କରିବାକୁ ବି ଭୁଲି ନାହାଁନ୍ତି . ଏନେଇ ନବୀନ କେବଳ ଅନୁଧାନ କରୁଥିବା କହି ନିରବ ରହିଛନ୍ତି . ଦଳ ଗଠନ ପରଠୁ ଧର୍ମନିରପେକ୍ଷତାର ଆଦର୍ଶରେ ଚାଲିଆସିଥିବା ବିଜେଡ଼ି ୱକଫ ବିଲକୁ ସମର୍ଥନ କରି ସଂଖ୍ୟାଲଘୁଙ୍କ ବିଶ୍ୱାସ ହରାଇବା ନେଇ ଆଶଙ୍କା ବଢ଼ିଛି .

ତେବେ ନିକଟରେ ଭୁବନେଶ୍ୱରରେ ପହଂଚି ସସ୍ମିତ ପାତ୍ରଙ୍କୁ କଡା ସମାଲୋଚନା କରିଥିଲେ ମୁନ୍ନା ଖାନ .ଦଳରେ ଦୋ ମୁହାଁ ନୀତି ଚଳିବନି . ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ପାଇଁ ନିଷ୍ପତି ହୋଇଥିଲା . ବିଲ ବିରୋଧରେ ଭୋଟ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ .ଇଫତାର ପାର୍ଟିରେ ବି ନବୀନବାବୁ ଏନେଇ ସ୍ପଷ୍ଟ କରିଥିଲେ . ସସ୍ମିତ କାହିଁକି ଟ୍ୱିଟ କରି ବିବେକାନୁମୋଦିତ ଭୋଟ ପାଇଁ କହିଥିଲେ ଜାଣିନଥିବା ମୁନା କହିଥିଲେ . ଏନେଇ ନବୀନ ନିବାସରେ ପହଂଚିଥିଲେ ସଂଖ୍ୟାଲଘୁ ସଂପ୍ରଦାୟର କର୍ମୀ .ନବୀନଖୁବ ଶ୍ରୀଘ୍ର ଅନୁଧାନ କରି ନିଷ୍ପତି ନେବେ ବୋଲି ମୁନ୍ନା ଖାଁ କହିଥିଲେ .

author

Related Articles

Leave a Reply

Your email address will not be published. Required fields are marked *