ନବୀନ ନିବାସ ଯିବେ ମୋହନ !

ନବୀନ ନିବାସ ଯିବେ ମୋହନ !

ପୁଣି ଅକଳରେ ପଡିଲେ ମୋହନ ସରକାର । ପ୍ରଶ୍ନ କଲେ ବିରୋଧି ଉତ୍ତର ଦେଇପାରିଲାନି ବିଜେପି ସରକାର । ହଁ ଦର୍ଶକବନ୍ଧୁ ବଢୁଛି ରାଜ୍ୟ ରାଜନୀତିର ତାତି । ଶାସକ ଦଳ ଓ ବିରୋଧି ଦଳଙ୍କ ମଧ୍ୟରେ ତୁ ତୁ ମେ ମେ ସରଗରମ ରାଜ୍ୟ ରାଜନୀତି । ରାଜ୍ୟରେ ବିଜେପି ସରକାରକୁ ତିନିଶହ ପୂରଣ ହୋଇଛି । ଏହି ଅବସରରେ ପ୍ରଶ୍ନ ତୀର ମାରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ବିରୋଧି ବିଜେଡି କହିଛି ଏଇ 300 ଦିନରେ କଣ କରିଛନ୍ତି ରାଜ୍ୟ ସରକାର ? ଡବଲ ଇଞ୍ଜିନ ସରକାରର ଉପଲବ୍ଧି କଣ ? ବିକଶି ଓଡିଶା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କେବେ ମିଳିବ ? ମୋହନ ସରକାରଙ୍କୁ ଏହିଭଳି କିଛି ପ୍ରଶ୍ନ କରିଛନ୍ତି ବିଜେଡିର ଦୁଇ ଟାଣୁଆ ନେତା ।

ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ଓ ଦେବୀ ମିଶ୍ର ସାମ୍ୱାଦିକ ସମ୍ମିଳନୀ କରି ମୋହନ ସରକାରଙ୍କୁ ଏପରି କିଛି ପ୍ରଶ୍ନ କରିଛନ୍ତି । 100 ଦିନ ଭିତରେ ଓଡିଶାରେ ଆଖି ଦୃଶିଆ କାର୍ଯ୍ୟ କରି ଦେଖାଇବୁ ବୋଲି କହିଥିଲେ ବିଜେପି ସରକାର ଏହାରି ଭିତରେ ତିନିଶହ ଦିନ ବିତିଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଆଖି ଦୃଶିଆ କାର୍ଯ୍ୟ କିଛି ବି ସାମ୍ନାକୁ ଆସିନାହିଁ । ରାଜ୍ୟରୁ 20 ଜଣ ଏମପି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି କିନ୍ତୁ ଏବେ ବି ଅବହେଳିତ ଓଡିଶା । କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛନ୍ତି । ନିର୍ବାଚନ ଇସ୍ତାହାରରେ ବିଜେପି ସରକାରକୁ ଆସିଲେ ଓଡିସାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି କଥା ଦେଇଥିଲେ ହେଲେ ଏବେ ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ।

ଅନ୍ୟପଟେ ଅରୁଣ ସାହୁ କହିଛନ୍ତି କି ଓଡିଆ ଅସ୍ମିତା ନାରା ଦେଇ ବିଜେପି ସରକାରକୁ ଆସିଥିଲା କିନ୍ତୁ ସେହି ଓଡିଆ ଅସ୍ମିତା ଏବେ କେଉଁଠି ଅଛି ? ରାଜ୍ୟରେ ବିଜେପି ସରକାର ଆସିଲା ଓଡିଶାକୁ କେନ୍ଦ୍ର ତରଫରୁ ଅଧିକ ଅନୁଦାନ ମିଳିବା କଥା କିନ୍ତୁ ପୂର୍ବ ଅପେକ୍ଷା କେନ୍ଦ୍ର ଅନୁଦାନରେ ଟଙ୍କାଟିଏ ବି ବୃଦ୍ଧି କରିନାହାନ୍ତି କେନ୍ଦ୍ର ସରକାର ବୋଲି ଅଭିଯୋଗ ଆଣିଛନ୍ତି ଅରୁଣ ସାହୁ ।

ତେବେ ମଧୁବାବୁଙ୍କ ଜନ୍ମତିଥିରେ ବିଜେଡି ମୋହନ ସରକାରଙ୍କୁ ଏହିଭଳି ପ୍ରଶ୍ନ କରିଛି । ବିଜେଡି ଟାର୍ଗେଟର ବିଜେପି କୌଣସି ଜବାବ ରଖିନଥିବା ବେଳେ ବିଜେଡି ଆଟାକରେ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *