ନବୀନ ପଟ୍ଟନାୟକ ନା ବିଜୁ ପଟ୍ଟନାୟକ ପ୍ରଥମେ କାହାକୁ ମିଳିବ ଭାରତ ରତ୍ନ ?

ନବୀନ ପଟ୍ଟନାୟକ ନା ବିଜୁ ପଟ୍ଟନାୟକ ପ୍ରଥମେ କାହାକୁ ମିଳିବ ଭାରତ ରତ୍ନ ?

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିହାରରେ ଉଠିଥିବା ସ୍ୱର ଏବେ ଓଡିଶାରେ ଚହଳ ପକାଇଛି । ବିହାରର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ଏକ ବୟାନ ଏବେ ଓଡିଶା ରାଜନୀତିର ତାପମାତ୍ରାକୁ ଆହୁରି ବଢାଇ ଦେଇଛି । ଓଡିଶା ପ୍ରତି ନବୀନଙ୍କ ସେବା, ଅବଦାନ ପାଇଁ ନବୀନଙ୍କୁ ଭାରତ ରତ୍ନ ମିଳିବା ନେଇ ଦାବି କରିଥିଲେ ଗିରିରାଜ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଆଉ ଗିରିରାଜଙ୍କ ଏହି ବୟାନ ଏବେ ଚର୍ଚ୍ଚାରେ ରହିଛି । ଏହାକୁ ବିଜେଡିର ଅନେକ ନେତା ସପୋର୍ଟ କରୁଥିବା ବେଳେ ଏହାକୁ ନେଇ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି । ନବୀନଙ୍କୁ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳିବା ନେଇ ପୂର୍ବରୁ ଦାବି ହୋଇ ଆସୁଥିଲା । କିନ୍ତୁ ଏଯାଏଁ ତାହା ହୋଇପାରିଲା ନାହିାଁ ଆଉ ଏବେ ବିଜେପି ନେତା ନବୀନଙ୍କୁ ଭାରତ ରତ୍ନ ମିଳିବା ନେଇ ଯେଉଁ ଦାବି କରିଛନ୍ତି ତାକୁ ଅନେକ ସମାଲୋଚନା କରିଛନ୍ତି । ପ୍ରଥମେ ବିଜୁ ବାବୁଙ୍କୁ ଭାରତ ରତ୍ନ ଦିଆଯାଉ ପରେ ନବୀନଙ୍କ କଥା ବିଜେପି ଚିନ୍ତା କରିବା ନେଇ କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ସେପଟେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର ମଧ୍ୟ ସମାନ ପ୍ରତିକ୍ରିୟା । କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ନବୀନଙ୍କ ବଦଳରେ ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳିବା ଉଚିତ୍ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଓଡିଶା ପ୍ରତି ଅତୁଳନୀୟ ଅବଦାନ ରହିଥିବାରୁ ଓଡିଶା ସହ ସାରା ଭାରତରେ ତାଙ୍କର ଏକ ସ୍ୱତନ୍ତ୍ର ଛବି ରହିଛି । ଆଉ ଏଥିପାଇଁ ତାଙ୍କୁ ଭାରତ ରତ୍ନରେ ବିଭୂଷିତ କରିବା ପାଇଁ ବହୁ ପୂର୍ବରୁ ଦାବି ହୋଇଆସୁଛି । କିନ୍ତୁ ସେ ଦିଗରେ ସରକାର ଦୃଷ୍ଟି ଦେଇନଥିବା ବେଳେ ଏବେ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ବିଜେପି ନେତାଙ୍କ ଦାବି ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ଥିବା ନେଇ ସସପେନ୍ସ ବଢାଇଛି ।

author

Related Articles

Leave a Reply

Your email address will not be published. Required fields are marked *