ନବୀନ ପୋଛି ନେଲେ ୭ଆସନ

ନବୀନ ପୋଛି ନେଲେ ୭ଆସନ

ଫିକା ପଡ଼ିଲା ମୋହନଙ୍କ କ୍ରେଜ . ଦୀର୍ଘ ୧୪ ବର୍ଷରେ ନିର୍ବାଚନର ନିଷ୍ପତି ନେଇ ନିଜ ଜାଲରେ ନିଜେ ପଡ଼ିଲେ ନୂଆ ସରକାର . ମୋହନଙ୍କ କ୍ରେଜ ଯୋଗୁଁ ଯେ ବିଜେପି ଜିତିବ ତାହା ଭାବିବା ବିଫଳ ପ୍ରମାଣିତ ହୋଇଛି . ବବିଙ୍କ ରଜନୀତିରେ ପୁଣି ଦଳକୁ ମିଳିଛି ବଡ଼ ସଫଳତା ତୃଣ ମୂଳ ସ୍ତରେ ସଂଗଠନକୁ ମଜବୁତ କରିବା ପରେ ସଫଳ ହୋଇଛନ୍ତି ବିବି . ତେବେ ଆମେ କହୁଛୁ .ତେବେ ଆମେ କହୁଛୁ ଆରଏମସିର ନିର୍ବାଚନ କଥା . ଯାଜପୁର ନିୟନ୍ତ୍ରୀତ ବଜାର କମିଟି ବା ଆରଏମସିର ନିର୍ବାଚନ ୧୪ବର୍ଷ ପରେ କରିବା ପାଇଁ ନୂଆ ସରକାର ନିଷ୍ପତି ନେଇ ହରଡଘଣାରେ ପଡ଼ିଛନ୍ତି . ନିର୍ବାଚନରେ ବିଜେଡ଼ି ଏକତରଫା ବିଜୟୀ ହୋଇଛି .ମୋଟ କୃଷକ ନିର୍ବାଚନ ମଣ୍ଡଳୀରୁ ୮ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା .ସେଥିମଧ୍ୟରୁ ୭ଟି ଆସନ ବିଜେଡି ହାତକୁ ଯାଇଥିବା ବେଳେ ମାତ୍ର ଗୋଟିଏ ଆସନ ବିଜେପି ହାତକୁ ଯାଇଛି .ଫଳରେ ଯେଉଁ ବିଜେପି ବିଜେଡ଼ିକୁ ଚେକ ଦେବା ପାଇଁ ଏଭଳି ନିର୍ବାଚନ କରିବାକୁ ଉଦ୍ୟମ କରିଥିଲା ତହା ଦଳ ପାଇଁ ବିଫଳ ସାବ୍ୟସ୍ତ ହୋଇଛି .

ତେବେ ଯଦି ଆମେ ଦେଖିବା ୨୪ନିର୍ବାଚନ ପରେ ଉଭୟ ଦଳକୁ ଘାରିଛି ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ଚିନ୍ତା . ଉଭୟ ଦଳ ତୃଙ୍ଗମୂଳ ସ୍ତରରେ ଦଳକୁ ଶଶକ୍ତ କରିବା ପାଇଁ ଲାଗିପଡ଼ିଛନ୍ତି . ବିଜେଡ଼ି ନବୀନ କରିଥିବା କାର୍ଯ୍ୟକୁ ଲୋକଙ୍କ ପାଖରେ ଉପସ୍ଥାପନ କରୁଥିବା ବେଳେ ବିଜେପି ମୋହନଙ୍କୁ ଆଗକୁ ଆଣି ଲୋକଙ୍କ ମନ ଜିତିବାକୁ ଚାହୁଁଛି . ତେବେ ଏହାକରି ଭିତରେ ଅନେକ ଜିଲ୍ଲାରେ ବ୍ଲକ ଅଧକ୍ଷା ମାନଙ୍କ ବିରୋଧରେ ଅନାସ୍ତା ପ୍ରସ୍ଥାବ ଆଗତ ହେଉଥିବା ଦେଖିବାକୁ ମିଳୁଛି .

author

Related Articles

Leave a Reply

Your email address will not be published. Required fields are marked *