ନବୀନ-ବବିଙ୍କ ରୂପ ଦେଖି ଥରିଲେଣି ମୋହନ !

ନବୀନ-ବବିଙ୍କ ରୂପ ଦେଖି ଥରିଲେଣି ମୋହନ !
  • ବଦଳୁଛି ସମୀକରଣ ଫେରୁଛନ୍ତି ବବି
  • ଥରିଲେଣି ବିଜେପି ନେତା ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ବବି ଦାସ
  • ମୋହନଙ୍କୁ ଘେରିବାକୁ ଅଙ୍କ କଶୁଛନ୍ତି ନବୀନ-ପ୍ରଣବ

ହଁ ଦର୍ଶକବନ୍ଧୁ ଓଡିଶା ରାଜନୀତିର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ । ନିର୍ବାଚନ ପୂର୍ବରୁ ଯେଉଁ ବବି ଦାସଙ୍କୁ ନେଇ ରାଜ୍ୟ ରାଜନୀତି ହଇଚଇ ହେଉଥିଲା ସେହି ବବିଙ୍କୁ ନେଇ ଏବେ ବଢିଲା ଚର୍ଚ୍ଚା । ଗତ ନିର୍ବାଚନରେ ପରାଜୟ ପରେ ବିଜେଡିରେ ବବିଙ୍କ ଅସ୍ତିତ୍ୱକୁ ନେଇ ନାନା କଥା ସାମ୍ନାକୁ ଆସୁଥିଲା । ନିର୍ବାଚନ ପରେ ବିଜେଡିର ସର୍ବେସର୍ବା ବୋଲାଉଥିବା ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳରେ ସେତେଟା ନଜର ନଆସିବା ସମସ୍ତ କମିଟିରୁ ବାଦ ପଡିବା ଘଟଣା ପ୍ରଣବଙ୍କୁ ଚର୍ଚ୍ଚାକୁ ଟାଣିଥିଲା । କିନ୍ତୁ ଛଅମାସ ହୋଇଯିବ ନିଜ ଗଡକୁ ସୃଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡିର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ । ଯାଜପୁରର ସଭା ସମିତିରେ ଯୋଗ ଦେଇ ମୋହନ ସରକାରଙ୍କୁ ସମାଲୋଚନା କରୁଛନ୍ତି । ନୂଆ ସରକାରକୁ ଆଠ ମାସ ପୂରିଗଲାଣି ହେଲେ ପ୍ରତିଶ୍ରୁତି ସାଧାରଣ ଜନତାଙ୍କ ପାଇଁ ପାଣିର ଗାର ପାଲଟିଛି । ମାଗଣା ବିଜୁଳି,ଆୟୁଷ୍ମାନ ଯୋଜନା,ରାସନ କାର୍ଡରେ ଗହମ ପ୍ରଦାନ ଏଭଳି ଅନେକ ପ୍ରସଙ୍ଗ ବିଷୟରେ ସ୍ୱର ଉଠାଇ ମୋହନଙ୍କୁ ଚେତାବନୀ ଦେଉଛନ୍ତି । କେବଳ ଯାଜପୁର ନୁହେଁ ବରଂ ଭଦ୍ରକ ଜିଲ୍ଲା ଗସ୍ତ କରି ନିଜର ଜନସମ୍ପର୍କ ବୃଦ୍ଧି କରାଉଛନ୍ତି ପ୍ରଣବ ।

ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ଜମୁଛି ଭିଡ । ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀ ଆସି ନବୀନଙ୍କୁ ଭେଟୁଛନ୍ତି । ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ନିଜର ଗଡକୁ ଏବେଠାରୁ ସୃଦୁଢ କରିବା ପାଇଁ ଚେଷ୍ଟା କରୁଛନ୍ତି ସୁପ୍ରିମୋ । ସେପଟେ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଣ୍ଡଳୀ ବୁଲି 24 ବର୍ଷ ଧରି ବିଜେଡି କରିଥିବା ଜନହିତକର କାର୍ଯ୍ୟ ଏବଂ ଆଠମାସର ସରକାରଙ୍କ ବିଫଳତାକୁ ଗାଉଛନ୍ତି । ବାରମ୍ୱାର ମୋହନ ସରକରାଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଥିଲେ ସୁଦ୍ଧା ବବିଙ୍କ ଚ୍ୟାଲେଞ୍ଜର କୌଣସି ଜବାବ ନଦେଇ ଚୁପ ରହୁଛି ବିଜେପି । ତେବେ ଚଳିତ ଥର ବିଧାନସଭାରେ ନଥାଇ ମଧ୍ୟ ବବି ଦାସ ଏବେ ମୋହନଙ୍କ ଉପରେ ଭାରି ପଡୁଥିବା ଚର୍ଚ୍ଚା ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *