ନବୀନ ବୁଲିଲେ ମୋହନ ହାରିଗଲେ..ମୋଦିଙ୍କୁ ପଡିଲା ଭାଳେଣି ଏବେ ହେବ କଣ ?

ନବୀନ ବୁଲିଲେ ମୋହନ ହାରିଗଲେ..ମୋଦିଙ୍କୁ ପଡିଲା ଭାଳେଣି ଏବେ ହେବ କଣ ?

ରାଜ୍ୟରେ ଠିକ ଭାବରେ ଚାଲିପାରୁନି କି ମୋହନଙ୍କ ସରକାର ? କାହିଁକି ବାରମ୍ୱାର ଦିଲ୍ଲୀରୁ ଓଡିଶା ଗସ୍ତରେ ଆସୁଛନ୍ତି ଶୀର୍ଷ ନେତୃତ୍ୱ ? ଦାୟିତ୍ୱ ଦେଇଛନ୍ତି ହାଇକମାଣ୍ଡ କିନ୍ତୁ ନାହିଁ କି ଭରସା ? ରାଜ୍ୟରେ ବିଜେପି ସରକାର ଗଢିବା ଦିନରୁ ବିଜେପିର ଶୀର୍ଷ ନେତୃତ୍ୱମାନେ ବାରମ୍ୱାର ଓଡିଶା ଗସ୍ତରେ ଆସୁଛନ୍ତି । ଅମିତ ଶାହାଙ୍କଠୁ ଆରମ୍ଭ କରି ଆସାମ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଘନ ଘନ ଓଡିଶା ଆସୁଛନ୍ତି । ଖାଲି ସେତିକି ନୁହେଁ ବରଂ ମୋହନଙ୍କୁ ଜଗିବା ପାଇଁ ଦିଲ୍ଲୀରୁ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ କାମ ଦେଉନାହିଁ ବିଜେପି ହାଇକମାଣ୍ଡଙ୍କ ଯାଦୁ ।

ସରକାରକୁ ଛଅମାସ ବିତିଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇପାରୁନାହିଁ ଭାରତୀୟ ଜନତା ପାର୍ଟି ବରଂ ନାନା ସମସ୍ୟାରେ ଛନ୍ଦି ହୋଇଯାଉଛନ୍ତି । ତିନିହଜାର ଟଙ୍କା ଭତ୍ତା ପ୍ରସଙ୍ଗ ହେଉ ଅବା ସୁଭଦ୍ରା ଯୋଜନା ସବୁଥିରେ ଅବ୍ୟବସ୍ଥା । ସୁଭଦ୍ରା ଯୋଜନାକୁ ନେଇ ଏବେ ପର୍ଯ୍ୟନ୍ତ କନଫ୍ୟୁଜନ ଦୂର ହୋଇ ପାରୁନାହିଁ । ସେପଟେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଫିକା ପଡିଯାଇଛି ମୋହନଙ୍କ କ୍ରେଜ । ନାନା ସଭା ସମ୍ମିଳନୀ ହେଉଛି କିନ୍ତୁ ସାଧାରଣ ଜନତା ଯେଉଁ ସମସ୍ୟାରେ ଘାଣ୍ଟି ହେଉଛନ୍ତି ତାହା ନଜର ଅନ୍ଦାଜ ହେବାରେ ଲାଗିଛି ।

ନିଜର ପ୍ରଚାର ପ୍ରସାର ପାଇଁ ବାରମ୍ୱାର ଓଡିଶା ଗସ୍ତରେ ଆସୁଛନ୍ତି ଦଳର ଶୀର୍ଷ ନେତୃତ୍ୱ ଏବଂ ମନ୍ତ୍ରୀ,ବିଧାୟକ,ସାଂସଦ ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଭେଦ କରିବାରେ ବିଫଳ ବିଜେପି ସରକାର । ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ସମୀକ୍ଷା କରି ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତ କଲେ ଯାହା ତାଙ୍କ ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଦେଇଛି । କେବଳ ନବୀନ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରି ଚାଷୀଙ୍କ ସମସ୍ୟା ଦିଗରେ କାର୍ଯ୍ୟ କରୁଥିଲେ ମଧ୍ୟ ତାହା ସେତେଟା ଆଖିଦୃଶିଆ ହୋଇପାରିଲା ନାହିଁ । ଯାହାକୁ ଦୃଷ୍ଟିରେ ରଖି ଏବଂ ଆଗାମୀ ଦିନରେ ବିଜେପି ସରକାରକୁ ଆହୁରି ମଜଭୁତ କରିବା ପାଇଁ ପୁଣିଥରେ ଆସନ୍ତା ଜାନୁୟାରୀରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author

Related Articles

Leave a Reply

Your email address will not be published. Required fields are marked *