ପୁଣି ଥରେ ବିଜେଡିର ସଭାପତି ଦାୟିତ୍ୱ ତୁଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ । ଆସନ୍ତା ୧୯ ତାରିଖରେ ବିଜେଡିର ନୂଆ ସଭାପତିଙ୍କ ନାଁ ଘୋଷଣା ହେବାକୁ ଥିବା ବେଳେ ଏହା ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିବେ । ତେବେ ଅନ୍ୟ କେହି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିବାର ସମ୍ଭାବନା ନଥିବାରୁ ପୁଣି ଥରେ ବିଜେଡିର ମଙ୍ଗ ନବୀନ ପଟ୍ଟନାୟକ ଧରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଅନ୍ୟପଟେ ଦଳରେ ଅସନ୍ତୋଷ ଏବଂ ନବୀନଙ୍କ ପରି ବିକଳ୍ପ ଦଳରେ ନଥିବା କାରଣରୁ ନବୀନ ହିଁ ସଭାପତି ଦାୟିତ୍ୱ ତୁଲାଇବା ନେଇ କୁହାଯାଉଛି । ତେବେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ବିଜେଡି ସଭାପତିଙ୍କ ନାଁ ଘୋଷଣା ସରିଛି । ନିଦ୍ୱର୍ନ୍ଦ୍ୱରେ ଏମାନେ ନିର୍ବାଚିତ ହୋଇଛନ୍ତି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି ।

You can share this post!
author