ସାଧାରଣ ନିର୍ବାଚନ ପରେ ଦଳ ସଜାଡୁଛି ବିଜେଡି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ଆଜି ଶଙ୍ଖଭବନରେ ନାମାଙ୍କନ ଭରିଛନ୍ତି ବିଜେଡି ସୁପ୍ରିମୋ । ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନବମ ଥର ପାଇଁ ସେ ବିଜେଡିର ସଭାପତି ହେବା ଏକପ୍ରକାର ନିଶ୍ଚିତ ଅଟେ । ଏନେଇ ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ ।

You can share this post!
author