ନିଜ ଗଡରେ ହଟ୍ଟହଟ୍ଟା ଜୟନାରାଣ !

ନିଜ ଗଡରେ ହଟ୍ଟହଟ୍ଟା ଜୟନାରାଣ !

କାହିଁକି ରାତିଅଧିଆ ସମ୍ୱଲପୁରରେ ପହଞ୍ଚିଲେ ମୋହନ ? ରାଜଧାନୀ ଛାଡି ହଠାତ୍ ସମ୍ୱଲପୁରରେ କାହିଁକି ଜନ ଅଭିଯୋଗଶୁଣାଣୀ ଆରମ୍ଭ କଲେ ମୋହନ ମାଝୀ ? ଜୟଙ୍କ ଗଡରେ ମୋହନଙ୍କ ଅଭିଯୋଗ ଶୁଣାଣି କେମିତି ସହିଲେ ଜୟନାରାୟଣ ମିଶ୍ର ?

ହଁ ଆଜ୍ଞା ଏବେ ରାଜଧାନୀ ଛାଡି ସମ୍ୱଲପୁରରେ ମୋହନ ଆରମ୍ଭ କରିଛନ୍ତି ଜନ ଅଭିଯୋଗ ଶୁଣାଣୀ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିବା ବେଳେ ସମ୍ବଲପୁର ମହାନଗର ନିଗମ ଦୁର୍ଗାପାଲି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ । ସ୍ଥାନୀୟ ବିଧାୟକଙ୍କ ସହିତ ପଶ୍ଚିମ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚିଛନ୍ତି ଲୋକଙ୍କ ସରକାର । ପ୍ରଥମ ଥର ପାଇଁ ରାଜଧାନୀ ବାହାରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ 10 ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ଅଭିଯୋଗ ଶୂଣାଣି କରାଯାଇଛି । ସକାଳ ୮ରୁ ଆରମ୍ଭ ହୋଇଛି ଜନ ଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୋର୍ଟାଲରେ ଆଜି ପାଇଁ ହଜାର ଲୋକ ନିଜ ଅଭିଯୋଗ ଦାଏର କରିଛନ୍ତି ।

ତେବେ ଚର୍ଚ୍ଚା ବିଜେପିର ବରିଷ୍ଠ ନେତା ତଥା ସମୱ୍ଲପୁର ବିଧାୟକ ଜୟନାରାୟଣ ମିଶ୍ର ଥାଉ ଥାଉ ଖୋଦ ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳକୁ ଯାଇ ଅଭିଯୋଗ ଶୁଣିବା ପରେ ଚର୍ଚ୍ଚା ବଢିଛି । ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ନିଜେ ଦଳରୁ ସାଇଡଲାଇନ ହୋଇରହିଥିବାର ଅଭିଯୋଗ ଆଣୁଛନ୍ତି ଏବଂ ମନ୍ତ୍ରୀ ପଦବୀ ନମିଳିବାରୁ ବାରମ୍ୱାର ଗଣମାଧ୍ୟମ ସାମ୍ନାରେ କ୍ଷୋଭ ପ୍ରକାଶ କରୁଛନ୍ତି । ଦଳରେ କୋଣଠେସା ହୋଇ ରହିବାର ଅଭିଯୋଗ ମଧ୍ୟ କରୁଛନ୍ତି । ଠିକ୍ ସେତିକିବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ 10 ଜଣ ମନ୍ତ୍ରୀ ଯାଇ ସମ୍ୱଲପୁରରେ ପହଞ୍ଚିବା ଓ ଅଭିଯୋଗ ଶୁଣାଣି କରିବା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି ।

ବିଜେପିର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇପାରୁନଥିବା ବେଳେ ମନ୍ତ୍ରୀ ପଦବୀ ପାଇଁ ଆଶାୟୀ ରହିଥିବା ଜୟନାରାୟଣ ମିଶ୍ରଙ୍କୁ ଦଳ ବାରମ୍ୱାର ଅଣଦେଖା କରିଆସୁଛି ଆଉ ହଠାତ୍ ମନ୍ତ୍ରୀ ମାନଙ୍କ ସମ୍ୱଲପୁର ଗସ୍ତ ପରେ କୁହାଯାଉଛି ପୁଣିଥରେ ଜୟଙ୍କୁ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଯଦି ଦେଖିବା ଗୋଟିଏ ପଟେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡ ହେଉଛି ସମ୍ୱଲପୁର ଆଉ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ପଛରେ ପକାଇ ମୋହନଙ୍କ ଏମିତି କାମ ପରେ ଦଳର କନ୍ଦଳ ଆହୁରି ଅଧିକା ବଢିପାରେ କୁହାଯାଉଛି । ତେବେ ଦେଖିବାକୁ ବାକି ରହିଲା ବିଜେପିରେ ବଢୁଥିବା ଗୋଷ୍ଠୀ କନ୍ଦଳରେ ଆଗାମୀ ଦିନରେ ଏହି ଘଟଣା କେଉଁ ମୋଡ ଆଣୁଛି ।

author

Related Articles

Leave a Reply

Your email address will not be published. Required fields are marked *