ନିଜ ଜାଲରେ ଫସିଲେ ମୋହନ !

ନିଜ ଜାଲରେ ଫସିଲେ ମୋହନ !

ନିଜ ଜାଲରେ ଫସିଲେ ମୋହନ ! ବିରୋଧି ଥିବା ବେଳେ ନବୀନଙ୍କୁ କହୁଥିଲେ ଏବେ କରିବେ କଣ ? ଏବେ ପଲଟି ଯାଇଛି ବାଜି .ନିଜେ ଏବେ ବସିଛନ୍ତି ଶାସନ ଗାଦିରେ . ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ପୁଣି ଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି .ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ବିଜେଡ଼ି – ବିଜେପି ମଧ୍ୟରେ ଜୋର ହୋଇଛି ବୟାନବାଜି .ଏହାରି ଭିତରେ ନାଁ ନନେଇ ଉଭୟ ଦଳ ପରସ୍ପରକୁ ଟାର୍ଗେଟ କରିଛନ୍ତି .

ତେବେ ଦୁଇ ବର୍ଷ ହେଲା ଥମି ଯାଇଥିବା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ପୁଣି ଥରେ ସାରାରାଜ୍ୟରେ ଚର୍ଚ୍ଚାରେ ବିଷୟ ହୋଇଛି . ଦୀପାଳି ପୁଣି ଥରେ ସିବିଆଇ ତଦନ୍ତ ଦାବି କରିବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି .ମୋହନ ସରକାରଙ୍କୁ ଟାର୍ଗେକରି ଦୀପାଳି କହିଛନ୍ତି .ପୂର୍ବରୁ ବିଜେପି ସିବିଆଇ ତଦନ୍ତ ଦାବି କରିଆସୁଥିଲା .ଏବେ ସରକାରରେ ଅଛନ୍ତି ତଦନ୍ତ ପାଇଁ ସୁପାରିଶ କରନ୍ତୁ .ଅପରପକ୍ଷେ ବିରୋଧି ଦଳରେ ଥିବା ବେଳେ ବିଜେପି ଏନେଇ ବହୁଥର ନବୀନ ସରକାରଙ୍କୁ ଘେରିଛି .କିନ୍ତୁ ବର୍ତମାନ ସ୍ଥିତି ଅଲଗା ଏବେ ବିଜେପି ସରକାରରେ ଅଛି .ଯଦିଏହାର ତଦନ୍ତ ନକରାଯାଏ ତେବେ ଉଭୟ ଦଳ ଉପରେ ଲୋକ ଆଙ୍ଗୁଠି ଉଠାଇବେ ବୋଲି ଚର୍ଚ୍ଚା ହେଉଛି .ତେବେ ଦୀପାଳିଙ୍କ ଏପରି ଦାବି ପୂର୍ବର ନବୀନ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଥିବା ବେଳେ ମୋହନ ସରକାରଙ୍କୁ ଅଡୁଆରେ ପକାଇଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *