ଦିନେ ପ୍ରେମ ପାଇଁ କାନ୍ଦି କାନ୍ଦି କହୁଥିଲେ . ବିକ୍ରମ ପାଇଁ ଆଜି ମୋର ଏମିତି ଅବସ୍ଥା ହେଇଛି . ଆଜି ସବୁ ସ୍ମୃତି ମନରୁ ଡିଲଟକରି ସେହି ବିକ୍ରମକୁ ଯାହାକୁ ସେ ନିଜ ଠାରୁ ଅଧିକ ଭଲ ପାଉଥିଲେ ତାକୁ ମହାନଦୀ ପଠାରେ ପିଣ୍ଡ ଦାନ କରିଛନ୍ତି . ବଂଚିଥାଉ ଥାଉ ନିଜ ପ୍ରେମକୁ ପିଣ୍ଡ ଦାନ କରି ନଦୀରେ ବୁଡ଼ ମାରିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା .ବ୍ରହ୍ମଣ ପଢ଼ୁଛନ୍ତି ମନ୍ତ୍ର ଚାଲିି ପିଣ୍ଡ କାର୍ଯ୍ୟ . ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ପ୍ରେମ ମଣିଷକୁ କେତେ ବେଳେ କନ୍ଦାଏତ କେତେ ବେଳେ ହସାଏ ଆଉ କେତେ ବେଳେ ଅତି ନିଷ୍ଠୁର ହେବାକୁ ବି ବାଧ୍ୟ କରେ ଯାହାର ଆପଣ ଏହି ଦୃଶ୍ୟ ଦେଖି ଜାଣି ପାରୁଥିବେ .
ତେବେ ରାଣୀ ନଦୀ ପଠାରେ ପ୍ରଥମେ ବିକ୍ରମର ଗୋଟିଏ ଗୋଟିଏ କରି ବସୁ ସନ୍ତକ ପାଣିରେ ପୋପାଡୁଛନ୍ତି ପରେ ପାଣିରେ ବୁଡ ମାରି ଆସି ପିଣ୍ଡ ଦାନ କରୁଛନ୍ତି . ବାହ୍ମଣଙ୍କ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଅଂଚଳ . ଚାଲିଛି ପ୍ରେମର ସୁଧିକ୍ରିୟା ଆଉ ହସୁଛନ୍ତି ରାଣୀ . ସତେ ଯେମିତି ଆଜି ତାଙ୍କ ମନକୁ ଶାନ୍ତି ମିଳିଛି . ତେବେ ଆପଣ ମାନେ ଜାଣନ୍ତି ଜଣେ ମୃତ ବ୍ୟକ୍ତିର ତାର ପରିବାର ଲୋକେ ଆତ୍ମାର ସଦଗତି ପାଇଁ ଶ୍ରାଦ୍ଧ କରିଥାନ୍ତି ହେଲେ .ରାଣୀ ତାଙ୍କ ବଂଚିଥିବା ତାଙ୍କ ପ୍ରେମିକର ସ୍ମୃତିକୁ ସବୁଦିନ ମାରିବା ପାଇଁ ଶ୍ରାଦ୍ଧ କରୁଛନ୍ତି . ଏହାକୁ ଦେଖିବା ପରେ ଆପଣ କୁହନ୍ତୁ ଏହା କରିବା ଠିକ ନା ଭୁଲ .