ନିଜ ରିପୋର୍ଟ କାର୍ଡ ଧରି ଗାଁକୁ ଯିବେ ମୋହନ…!

ନିଜ ରିପୋର୍ଟ କାର୍ଡ ଧରି ଗାଁକୁ ଯିବେ ମୋହନ…!

ନିଜ ରିପୋର୍ଟ କାର୍ଡ ନେଇ ଗାଁକୁ ଗାଁ ବୁଲିବେ ମୋହନ । ରାଜ୍ୟରେ ବିଜେପି ସରକାରର ୧ ବର୍ଷର ସଫଳତା ବିଷୟରେ କରିବେ ପ୍ରଚାର ପ୍ରସାର । ହଁ ଆଜ୍ଞା, ଆସନ୍ତା ଜୁନ୍ ୧୨ ତାରିଖରେ ରାଜ୍ୟରେ ମୋହନ ସରକାରକୁ ବର୍ଷେ ପୂରିବାକୁ ଯାଉଛି । ଆଉ ଏହି ଏକ ବର୍ଷ ପୂର୍ତ୍ତି ପାଳନ କରିବା ନେଇ ବିଜେପି ପକ୍ଷରୁ ବଡ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ଏକ ବର୍ଷ ଭିତରେ ସରକାରଙ୍କର ସଫଳତା ଏବଂ ଉପଲବ୍ଧିକୁ ନେଇ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା ସହ ଏସବୁର ପ୍ରଚାର ପ୍ରସାର ଗ୍ରାଉଣ୍ଡ ଜିରୋରୁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବା ନେଇ ସୂଚନା ମିଳିଛି ।

ଆସନ୍ତା ଜୁନ୍ ୧୨ ତାରିଖରୁ ୧୯ ତାରିଖ ପଯ୍ୟନ୍ତ ବିଜେପି ଏହି କାଯ୍ୟକ୍ରମ କରିବ । ରାଜଧାନୀ ଠାରୁ ପଞ୍ଚାୟତ ପର‌୍ୟ୍ୟନ୍ତ ସରକାରଙ୍କ ବର୍ଷ ପୂର୍ତ୍ତିର ହିସାବ କିତାବ ଦେବ ବିଜେପି । ଆଉ ଏହି ରାଜ୍ୟସ୍ତରୀୟ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରିମଣ୍ଡଳର ସଦସ୍ୟ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳୁଛି। ରାଜସ୍ବ ମନ୍ତ୍ରୀ କହିଛନ୍ତି, ବର୍ଷକରେ ୨୧ ପ୍ରତିଶ୍ରୁତିରୁ ୧୧ ପ୍ରତିଶ୍ରୁତିକୁ ପୂରା କରିଛି ମୋହନ ସରକାର । ଅନ୍ୟପଟେ ବିଜେଡି କାଉଣ୍ଟର କରି କହିଛି, ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଛି ସରକାର ।

ତେବେ ସରକାରକୁ ଆସିବା ପରେ ବିଜେପି ଦେଇଥିବା ଅନେକ ପ୍ରତିଶ୍ରୁତି ମଧ୍ୟରୁ କିଛି ଟା ପ୍ରତିଶ୍ରୁତି ପୂରଣ ଦିଗରେ ବିଜେପି ପାଦ ବଢେଇଛି ସତ । କିନ୍ତୁ ସେଥିରେ ସଫଳତା ହାସଲ କରିପାରିନାହିଁ । ସୁଭଦ୍ରା ଯୋଜନାକୁ ଛାଡିଦେଲେ କୌଣସି ଥିରେ ବିଜେପି ଆଗକୁ ବଢିପାରୁନାହିଁ । ନା ସ୍ୱାସ୍ଥ୍ୟ କ୍ଷେତ୍ରରେ . ନା ବେକାରୀ ସମସ୍ୟା ଦୂରୀକରଣ କ୍ଷେତ୍ରରେ ନା ସାଧାରଣ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ । ଏପରିକି ଆଇନ ଶୃଙ୍ଖଳା, ମଦ ଦୁର୍ନୀତି, ପାନୀୟ ଜଳ ଯୋଗାଣ, ଭତ୍ତା ଆଦି ବିଭିନ୍ନ କ୍ଷେତ୍ରରେ ବିଜେପି ପଛଘୁଞ୍ଚା ଦେଇଥିବା ସାଧାରଣରେ ମତପ୍ରକାଶ ପାଉଛି । ଏବଂ କେବଳ ଭୋଟ ଆସିଲେ ବିଜେପି ଏପରି ପ୍ରତିଶ୍ରୁତି ଦେଇଥାଏ ବୋଲି ମତପ୍ରକାଶ ପାଉଛି । ଏପରିକି ଖୋଦ ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ନିବାଚନୀ ପ୍ରତିଶ୍ରୁତି ସବୁ ନିବାଚନ ପ ଯ୍ୟନ୍ତ ହିଁ ସୀମିତ ଥିବା ନେଇ ମନ୍ତବ୍ୟ ଦେଇଛନ୍ତି । ଯାହା ଏବେ ଓଡିଶାରେ ମଧ୍ୟ ପ୍ରତିଫଳିତ ହେଉଛି । ତେବେ ଦେଖାଯାଉ ମୋହନଙ୍କ ଏହି ରିପୋର୍ଟ କାର୍ଡ ଦେଖି ସାଧାରଣ ଜନତାଙ୍କ ମନ ବଦଳୁଛି ନା ନାହିଁ ଏବଂ ବିଜେପି ପ୍ରତି କିପରି ଆଭିମୁଖ୍ୟ ରହୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *