ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ “ନିପୁଣ ଓଡିଶା – ନିପୁଣ ଭାରତ” ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ, ଖଲିକୋଟ ଡିଆଇଇଟି ଶିକ୍ଷକ ପ୍ରଶିକ୍ଷିକା ଗାୟତ୍ରୀ ସ୍ବାଇଁ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ପ୍ରମୁଖ ଯୋଗ ଦେଇ “ନିପୁଣ ଓଡିଶା “ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବର୍ଣ୍ଣନା କରିବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଭାଷା ଓ ଗଣିତ ପାଇଁ ଆଗ୍ରହ ସୃଷ୍ଟି କରିବା ଏବଂ ଅଭିଭାବକ ଓ ଗୋଷ୍ଠୀ ସଦସ୍ୟଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟ ସହ ଯୋଡିବାପାଇଁ ମାର୍ଗ ଦର୍ଶାଇଥିଲେ,ଏଥିରେ ୧୦ଟି କ୍ଲଷ୍ଟରର ସିଆରସିସି, ପ୍ରତି କ୍ଲଷ୍ଟରରୁ ୨ ଜଣ ଲେଖାଏଁ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ, ଏହି କାର୍ଯ୍ୟକ୍ରମକୁ ବ୍ଲକ ରିସୋର୍ସ ଗ୍ରୁପର ସିମାଞ୍ଚଳ ସେଠୀ, କମଳ ଲୋଚନ ପାଣିଗ୍ରାହୀ, ଶଶୀକାନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025