ନିମାପଡାକୁ ଫେରିବେ ସମୀର !

ନିମାପଡାକୁ ଫେରିବେ ସମୀର !

ଦର୍ଶକବନ୍ଧୁ ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ଓଡିଶାର ରାଜନୈତିକ ପାଣିପାଗ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଚି ନିମାପଡା । ଏହି ଆସନରେ ବିଜେଡି ଖେଳିଛି ଗେମ ପ୍ଲାନ ସମୀର ଦାସଙ୍କ ଟିକେଟ କାଟି ବିଜେଡି ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି । ଯାହାଫଳରେ କ୍ଷୋଭରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦାସ । ବିଜେଡିର ଜଣେ ଭେଟରାନ ହୋଇଥିବା ସତ୍ତ୍ୱେ ଅନେକ ବିବାଦୀୟ ମାମଲାକୁ ନେଇ ତାଙ୍କର ଟିକେଟ କଟିଛି । ଚର୍ଚ୍ଚା ହେଉଛି ଆଜି ଆସିପାରେ ବିଜେଡିର ବଳକା ପ୍ରାର୍ଥୀ ତାଲିକା । ଏବଂ ପ୍ରାର୍ଥୀ ପରିବର୍ତ୍ତନ କରିପାରେ ଶାସକ ଦଳ । ନିମାପଡା ବିଧାନସଭା କ୍ଷେତ୍ରରେ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରାଇଥିବା ବିଜେଡି ପ୍ରାର୍ଥୀ ବଦଳାଇ ପୁଣିଥରେ ସମୀର ଦାସଙ୍କୁ ଟିକେଟ ଦେଇପାରେ । ଅନ୍ୟପଟେ କଂଗ୍ରେସ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରାଇଛି । ନିମାପଡା ସୁରଙ୍କ ଶଶ୍ୱର ଘର ହେତୁ ତାଙ୍କର ମଧ୍ୟ ସେଠାରେ ବହୁତ ଦବଦବା ରହିଛି । ତେଣୁ ତାଙ୍କ ପୁଅକୁ ନେଇ କଂଗ୍ରେସ କରିଛି ମାଷ୍ଟର ପ୍ଲାନ । ଯଦି ନିମାପଡାରୁ ପୁଣିଥରେ ସମୀର ଦାସଙ୍କୁ ଦଳ ପ୍ରାର୍ଥୀ କରାଏ । ନିମାପଡାରେ ହେବ ଜୋରଦାର ଲଢେଇ . ଗୋଟିଏ ପଟେ ବିଜେଡିର ଭେଟରାନ ସମୀର ଦାସ ବନାମ କଂଗ୍ରେସର ପାୱାରଫୁଲ ନେତା ସିଦ୍ଧାର୍ଥ ରାଉତରାୟ । ତେବେ ଦେଖିବାକୁ ବାକି ରହିଲା କେବେ ଦୂର ହେବ ନିମାପଡା ଦ୍ୱନ୍ଦ ।

author

Related Articles

Leave a Reply

Your email address will not be published. Required fields are marked *