ନିମାପଡାରେ ନବୀନଙ୍କୁ ଟେକିଲେ ସମୀର …

ନିମାପଡାରେ ନବୀନଙ୍କୁ ଟେକିଲେ ସମୀର …

ନିମାପଡାରେ ନବୀନଙ୍କୁ ଟେକିଲେ ସମୀର । ନିମାପଡାରେ ଯାହା ହେଇଛି ନବୀନ କରିଛନ୍ତି । ମୋହନ ସରକାରରେ ଏକ ବର୍ଷ ଭିତରେ ନିମାପଡାରେ ମାଟି ବି ପଡିନି । ଏଭଳି କିଛି ପରୋକ୍ଷରେ ବଡ ବୟାନ ଦେଇଛନ୍ତି ଭେଟେରାନ ନେତା ସମୀର ରଞ୍ଜନ ଦାସ । ହଁ ଦର୍ଶକବନ୍ଧୁ, କୁହୁଳୁଛି ନିମାପଡା ବିଜେପିର ନିଆଁ । ବର୍ଷେ ପରେ ଗଣମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଗୁମର ଖୋଲିଛନ୍ତି ସମୀର । ଯାହାଙ୍କୁ ଦିନେ ନିର୍ବାଚନରେ ଜିତାଇବା ପାଇଁ ରଣନୀତି କରୁଥିଲେ ଏବେ ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସମୀର ଦାସ ।

ତେବେ ନିମାପଡାରେ ବିକାଶ ଶୀର୍ଷ ଛୁଇଁଥିବା ଅନେକ ବିକାଶ ମୂଳକ କାଯ୍ୟ ହାତକୁ ନିଆଯାଉଥିବା ଏପରି ନାନା ପ୍ରଚାର ପ୍ରସାର ବିଜେପି ନେତା ତଥା ଖାସ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଆସୁଥିଲେ । କିନ୍ତୁ ଏ ସବୁ ମିଛ ବୋଲି ଏବେ ଧରାପକେଇ ଦେଇଛନ୍ତି ବିଜେପି ନେତା ସମୀର ଦାସ । ବିଜେପି ସରକାରର ଏକ ବର୍ଷ ଭିତରେ ବି ନିମାପଡାରେ ମୋହନ ସରକାରଙ୍କ ଅର୍ଥରୁ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବା ତଥା ନୂଆ ମାଟି ବି ପଡିନଥିବା କହିଛନ୍ତି ସମୀର । ଏବଂ ନିମାପଡାରେ ଯାହା ହୋଇଛି ତାହା ପୂବର ସରକାର ତଥା ନବୀନ ସରକାର କରିଥିବା କହିଛନ୍ତି ସମୀର । ଏପରିକି ନିମାପଡାରେ କୌଣସି ନୂଆ ଯୋଜନା ବି ମଞ୍ଜୁର ହୋଇନଥିବା ଅଭିଯୋଗ ଆଣିଛନ୍ତି ଭାଇନା । ଆଉ ଏଥିରୁ ସମୀର ବିଜେପିରେ ଅତିଷ୍ଠ ହୋଇପଡିଥିବା, ତାଙ୍କ ମନ ପରିବର୍ତନ ହେଉଥିବା ଏବଂ ସମୀର ୟୁଟର୍ଣ୍ଣ ମାରୁଥିବା ଚର୍ଚ୍ଚା ବଢି ବଢି ଚାଲିଛି ।

ଅନ୍ୟପଟେ ବିଧାୟିକା ହେବା ପରେ ଏବଂ ଉପମୁଖ୍ୟମନ୍ତ୍ରୀ ହେବା ପରେ ସମୀରଙ୍କ ପ୍ରତି ପ୍ରଭାତୀଙ୍କ ମନ ବଦଳିଯାଇଛି । ନା ସେ ତାଙ୍କୁ କୌଣସି କାଯ୍ୟକ୍ରମରେ ଭେଟୁଛନ୍ତି ନା ଉଭୟ କେଉଁଠି କାଯ୍ୟକ୍ରମରେ ସାମିଲ ହେଉଛନ୍ତି । ଏପରିକି ଗୋଟିଏ ନିବାଚନ ମଣ୍ଡଳୀର ହୋଇ ବି ପରସ୍ପରର ଛାଇ ଠାରୁ ଦୂରରେ ରହୁଛନ୍ତି । ଯେଉଁଥିରେ ଉଭୟଙ୍କ ଭିତରେ କନ୍ଦଳ ଏବେ ଶୀର୍ଷ ଛୁଇଁଥିବା ସମୀରଙ୍କ ବୟାନରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।

ତେବେ ବିଜେପି ସମୀରଙ୍କ ଘର ନୁହେଁ ଏବଂ ସେ ପୁଣି ଲେଉଟାଣି କରିପାରନ୍ତି ବୋଲି ବହୁ ପୂବରୁ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଥିଲେ । ଆଉ ଏବେ ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ବିସ୍ଫୋରକ ବୟାନ ସେହି ଦିଗକୁ ଇସାରା କରୁଛି । ତେବେ ଦେଖାଯାଉ ଏ ଚର୍ଚ୍ଚା କେବେ ସତରେ ପରିଣତ ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *