ଚଳିତ ବର୍ଷ ନିର୍ବାଚନରେ ନିମାପଡାରେ ଶଙ୍ଖ ବଦଳରେ ପଦ୍ମ ଫୁଟିଛି। ପ୍ରଥମ ଥର ପାଇଁ ସମୀରଙ୍କ ନେତୃତ୍ବରେ ବିଜେପି ଏଠାରେ ଖାତା ଖୋଲିଛି। କିନ୍ତୁ ବିଜେଡିର ଦବଦବା ଏବେବି ନିମାପଡାରେ ରହିଥିବା ଏବେ ସାବ୍ୟସ୍ତ ହୋଇଯାଇଛି। କାହିଁକି ନା ସମୀରଙ୍କ ଗଡରେ ମାଟି କାମୁଡିଛି ଭାରତୀୟ ଜନତା ପାର୍ଟି । ଚଳିତ ନିର୍ବାଚନରେ ବହୁମତ ପାଇବା ପରେ ଏବେ ନିଜ ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ ଏକ ନୂଆ ପ୍ଲାନ କରିଛି ବିଜେପି। ଏକ କୋଟି ସଭ୍ୟ ସଂଗ୍ରହ ଅଭିଯାନ ବିଜେପି ପକ୍ଷରୁ ଆରମ୍ଭ କରାଯାଇଛି। କିନ୍ତୁ ଅଭିଯାନର ଆରମ୍ଭରୁ ହିଁ ଉପକୂଳରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ପୌରାଧ୍ୟକ୍ଷ ପଦ ପାଇଁ ବିଜେପି କାଉନସିଲରମାନଙ୍କୁ ନେଇ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । କିଛିଦିନ ତଳେ ୮ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ପାଇଁ ପୁରୀ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଅନାସ୍ଥା ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ। କିନ୍ତୁ ପରବର୍ତୀ ସମୟରେ ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଥିବା ସୂଚନା ମିଳିଛି । ତାଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ବିରୋଧ ଭୋଟ୍ ପଡିନଥିବାରୁ ଏହି ଅନାସ୍ଥା ପ୍ରସ୍ତାବ ଖାରଜ କରାଯାଇଛି । ଯେଉଁଥିରୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ଏବଂ ଏଥିରୁ ସମୀରଙ୍କ ଦବଦବା ଆଉ ନିମାପଡାରେ ପୂର୍ବପରି ନଥିବା ସ୍ପଷ୍ଟ ହୋଇପଡିଛି। ଏପଟେ ବିଜେଡିକୁ ମଧ୍ୟ ଆଶ୍ୱସ୍ତି ମିଳିଛିା ବିଭିନ୍ନ ସ୍ଥାନରେ ବିଜେଡି ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସୁଥିବାରୁ ନିମାପଡାରେ ଜିତିବା ପରେ ବିଜେଡି ଶାନ୍ତିରେ ଟିକେ ନିଶ୍ୱାସ ମାରିଛି । କିନ୍ତୁ ଏଠି ପ୍ରଶ୍ନ ଉଠିଛି କାହିଁକି ନିମାପଡାରେ ସମୀରଙ୍କ ଯାଦୁ କାମ କଲାନି । କାରଣ ବିଧାନସଭାରେ ସମୀରଙ୍କ ରଣନୀତି ପାଇଁ ବିଜେଡି ହାରିଥିଲା । କିନ୍ତୁ ଏବେ ସମୀରଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ନିମାପଡାରେ କ୍ଷମତାସୀନ । ତଥାପି ବିଜେପି ଏଠାରୁ ନିରାଶ ହେବେ ଏବେ ବିଜେପି ଏବଂ ଖାସ କରି ସମୀରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ତେବେ ଦେଖାଯାଉ ଆଗକୁ ସମୀରଙ୍କ ଗୁରୁତ୍ୱ ନିମାପଡାରେ କେତେ ରହୁଛି ଏବଂ ନବୀନ କିପରି ନିଜ ଦବଦବା ବଜାୟ ରଖୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

You can share this post!
author