ଓଡିଶା ହାଇକୋର୍ଟରେ ନିଯୁକ୍ତି ହେଲେ ନୂଆ ମୁଖ୍ୟ ବିଚାରପତି । ଜଷ୍ଟିସ ଚକ୍ରଧାରୀ ଶରନ ସିଂହ ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଲାଇବା ପରେ ଏବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିସ ପରେ ଓଡିଶା ହାଇକୋର୍ଟରେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ ନିଯୁକ୍ତି ମିଳିଛି । ମୋଟ ୬ ଜଣ ବିଚାରପତିଙ୍କ ନୂଆ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ।

You can share this post!
author