ନିରଞ୍ଜନଙ୍କ ଘରୁ ପୁଣି ଚୋରୀ !

ନିରଞ୍ଜନଙ୍କ ଘରୁ ପୁଣି ଚୋରୀ !

ଚୋରଙ୍କ ଟାର୍ଗେଟରେ ରହିଛନ୍ତି କି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ? କାହିଁକି ନିରଞ୍ଜନଙ୍କ ଗୋଟିଏ ପରେ ଗୋଟିଏ ଘରେ ହେଉଛି ଚୋରି ? କିଛି ଦିନ ତଳେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱରର ନୟାପଲ୍ଲୀ ଆଇଆରସି ଭିଲେଜ ଏନ-୨ ସ୍ଥିତ ଘରୁ ଚୋରି ହୋଇଥିଲା ।ସେହି ଘରେ ନିରଞ୍ଜନଙ୍କ ସପରିବାର ରହୁଥିବା ବେଳେ ପୁଅ ବୋହୁଙ୍କ କୋଠରୀରୁ ଚୋରି ହୋଇଥିଲା । ଆଉ ଏବେ ନିରଞ୍ଜନଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ ହୋଇଥିବା ଖବର ସାମ୍ନାକୁ ଆସିଛି । ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ଏନ୍/୨୫ ଘରୁ ଚୋରି ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଝରକା ଭାଙ୍ଗି ଘରେ ପଶିବା ବେଳେ ଚୋରକୁ ଧରିଥିଲେ ଘରେ ଥିବା ଅନ୍ୟ କର୍ମଚାରୀ । ତେବେ ଲୁଟେରାକୁ ଧରି ପୋଲିସ ଜମି ଦିଆଯାଇଥିବା ସୂଚନା ମିଳିଛି । କିନ୍ତୁ ବାରମ୍ବାର ଜଣେ ବରିଷ୍ଠ ନେତାଙ୍କ ଘରୁ ଏପରି ଚୋରି ହେବା ସସପେନ୍ସ ବଢାଇଛି । ଆଉ ଏହି ଖବର ସାମ୍ନାକୁ ଆସିବା ପରେ ସାଧାରଣ ଲୋକେ ଭୟ ଆହୁରି ବଢିଯାଇଛି ।

ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଗତକାଲି ନିରଞ୍ଜନ କରିଥିଲେ ଯେ, ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ବିପଦରେ ପଡ଼ିଛି। ଓଡିଶା ପୋଲିସ ଜନତାଙ୍କ ସୁରକ୍ଷାକୁ ନିଶ୍ଚିତ କରନ୍ତୁ ଏବଂ ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ୱରକୁ ସୁରକ୍ଷିତ କରନ୍ତୁ ବୋଲି ନିରଞ୍ଜନ ପୋଷ୍ଟରେ ଉଲ୍ଲେଖ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *