ନିର୍ବାଚନରୁ ଦୂରେଇ ଗଲେ ଏହି ନେତା…

ନିର୍ବାଚନରୁ ଦୂରେଇ ଗଲେ ଏହି ନେତା…

ରାଜ୍ୟରେ ନିର୍ବାଚନ ପାଇଁ ସବୁଠି ଉତ୍ସାହର ମାହୋଲ । ପ୍ରାର୍ଥୀଙ୍କୁ ନେଇ କେଉଁଠି ଖୁସିର ମାହୋଲ ତ ଆଉ କେଉଁଠି ବିଦ୍ରୋହ ସୃଷ୍ଟି ହୋଇଛି । କିନ୍ତୁ ଏଥର ନିର୍ବାଚନରେ ୩ ଦଳର ଅନେକ ଚର୍ଚ୍ଚିତ ଚେହେରାଙ୍କ ନାଁ ସ୍ଥାନ ପାଇନି । ଯାହାକୁ ନେଇ ସେମାନଙ୍କ ସମର୍ଥକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏହି ଲିଷ୍ଟରେ ପାରାଦୀପର ଟାଣୁଆ ନେତା ବାପି ସର୍ଖେଲଙ୍କ ନାଁ ସବୁଠୁ ଆଗରେ ରହିଛି । ବାପି ରାଜନୀତିର ଜଣେ ଆଗଧାଡିର ନେତା ହୋଇଥିବା ବେଳେ ଏଥର ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁନାହାନ୍ତି । ଗତ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଚଳିତ ବର୍ଷ କଂଗ୍ରେସ ଛାଡିବା ପରେ ସେ କେଉଁ ଦଳରେ ସାମିଲ ହୋଇନଥିଲେ ବି ପରୋକ୍ଷରେ ବିଜେଡିକୁ ସପୋର୍ଟ କରିବେ ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏଥର ନିର୍ବାଚନ ଲଢୁନାହାନ୍ତି । ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ରହିଥିଲେ ବି ସେ ଏଥର କୌଣସି ଆସନରୁ ପ୍ରତିଦ୍ୱନ୍ଦିତା କରୁନାହାନ୍ତି । ଗତ ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ଚଳିତ ଥର ସେ କୌଣସି ଆସନ ପାଇଁ ପ୍ରାର୍ଥୀ ହୋଇନାହାନ୍ତି । ଅନ୍ୟପଟେ କଂଗ୍ରେସର ପ୍ରମୁଖ ଚେହେରା ପଞ୍ଚାନନ କାନୁନଗୋ ମଧ୍ୟ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇନାହାନ୍ତି । ଗତଥର ଲୋକସଭା ନିର୍ବାଚନ ଲଢିଥିବା ବେଳେ ଏଥର ନିର୍ବାଚନରେ ସେ ଭାଗ ନେଇନାହାନ୍ତି । ସେହିପରି ନୟାଗଡର ଆଗଧାଡିର ନେତ୍ରୀ ଇରାନୀ ରାୟ ବିଜେପି ଛାଡି ବିଜେଡିକୁ ଆସିଥିଲେ । କିନ୍ତୁ ଇରାନୀଙ୍କୁ ନବୀନ କୌଣସି ଆସନର ଦାୟିତ୍ୱ ଦେଇନାହାନ୍ତି । ତେବେ ରାଜ୍ୟ ରାଜନୀତିରେ ଏମାନଙ୍କ ଦବଦବା ରହିଥିବା ବେଳେ ଏମାନେ ଏଥର ନିର୍ବାଚନରେ କାହିଁକି ଭାଗ ନେଇନାହାନ୍ତି ନା ଏମାନଙ୍କୁ ଟିକେଟ୍ ମିଳିନି ସେନେଇ ଆଲୋଚନା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *