ହାରିବା ଭୟରେ ନିର୍ବାଚନ ଘୁଞ୍ଚାଇଲା କି ବିଜେପି ? ସରକାରରେ ଥାଇ ବି ବାରମ୍ବାର ନିର୍ବାଚନ ତାରିଖ ଘୁଞ୍ଚାଇବା ପଛରେ କଣ ରହିଛି କାରଣ ? ହଁ ଦର୍ଶକବନ୍ଧୁ, ଏଭଳି ଚର୍ଚ୍ଚା ନିଶ୍ଚିନ୍ତକୋଇଲି ବ୍ଲକ୍ରେ ଅନାସ୍ଥା ନିର୍ବାଚନ ସ୍ଥଗିତ ରହିବାକୁ ନେଇ ଚାଲିଛି । ପ୍ରଥମେ ଅନାସ୍ଥା ଭୋଟ ଆଣିଲେ ପରେ ନିର୍ବାଚନ ଦିନ ବାହାନା କରି ଏହାକୁ ସ୍ଥଗିତ ରଖିବାକୁ ଆଦୌ ପସନ୍ଦ କରାଯାଉନାହିଁ । ଏବଂ ବିଜେପି ହାରିବା ଭୟରେ ଏପରି କରୁଥିବା ସନ୍ଦେହ କରାଯାଉଛି । ତେବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରଠାରୁ ବିଭିନ୍ନ ବ୍ଲକ ଗୁଡିକରେ ଅନାସ୍ଥା ଭୋଟ ଆଣି ଉପନିର୍ବାଚନ କରାଯାଉଛି । କିନ୍ତୁ ଏହି ଉପନିର୍ବାଚନଗୁଡିକରେ ବି ଅଧିକାଂଶ ଆସନ ବିଜେଡି ହାତକୁ ଚାଲିଯାଉଛି । କିନ୍ତୁ ତଥାପି ବିଜେପି ଅନାସ୍ଥା ଭୋଟ ଆଣିବା ବନ୍ଦ କରୁନି । ଯାହା ଏବେ ବିଜେପିକୁ ହିଁ ଦୋ ଛକିରେ ପକାଇଛି ।
ତେବେ କଟକ ଜିଲ୍ଲା ମାହାଙ୍ଗା ନିବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ ହୋଇଥିଲା । ଅନାସ୍ଥା ଭୋଟ ମେ ୧୩ ତାରିଖରେ ସ୍ଥିର ହୋଇଥିବା ବେଳେ ଏହାର ପୂବ ଦିନ ହିଁ ଅନାସ୍ଥା ଦାବି କରିଥିବା ପିଆରଆଇ ସଦସ୍ୟମାନେ ଅଚାନକ ଅସୁସ୍ଥ ହୋଇଗଲେ । ଏପରିକି ନିର୍ବାଚନ ଅଧିକାରୀ ମଧ୍ୟ ଅଚାନକ ଛୁଟିରେ ଚାଲିଯାଇଥିବା ଖବର ସାମ୍ନାକୁ ଆସିଥିଲା । ଫଳରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଯାହାକୁ ନେଇ ବିରୋଧୀ ବିଜେଡି ଅସନ୍ତୋଷ ପ୍ରକାଶ କରିବା ସହ ଏହା ସେମାନଙ୍କର ଅପରାଗତାକୁ ଦର୍ଶାଉଥିବା ପରୋକ୍ଷରେ ଦର୍ଶାଇଛନ୍ତି । ଏବଂ ଅଧ୍ୟକ୍ଷାଙ୍କ ବିରୋଧରେ ସମର୍ଥନ ଜୁଟାଇ ନପାରି ଏପରି ନାଟକ କରିଥିବା ଅଭିଯୋଗ କରିଛନ୍ତି । ଏପରିକି ସ୍ଥାନୀୟ ସରପଞ୍ଚ ମଧ୍ୟ ସମାନ ଅଭିଯୋଗ କରିଥିବା ଶୁଣିବାକୁ ମିଳିଛି ।
ତେବେ ଏହା ପୂର୍ବରୁ ଯେଉଁଠି ଉପନିର୍ବାଚନ ବିଜେପି କରିଛି ସେଠାରେ ଅଧିକାଂଶ ଆସନରେ ବିଜେଡି ବାଜିମାତ୍ କରିଛି । ଯେଉଁଥିରୁ ବିଜେଡିର ଲୋକପ୍ରିୟତା କମିନଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଦେଖାଯାଉ ବିଜେପି ଯେଉଁ ଖେଳ ଖେଳୁଛି ସେଥିରେ ଦଳକୁ କେତେ ସଫଳତା ଆଉ କେତେ ବିଫଳତା ମିଳୁଛି ତାହା ତ ସମୟ କହିବ ।