ନିର୍ବାଚନ ପରେ…ପୁଣି ଆକ୍ଟିଭ ହେଲେ ଶ୍ରୀମୟୀ ମିଶ୍ର

ନିର୍ବାଚନ ପରେ…ପୁଣି ଆକ୍ଟିଭ ହେଲେ ଶ୍ରୀମୟୀ ମିଶ୍ର

ରାଜଧାନୀରେ ପୁଣି ଆକ୍ଟିଭ ହେଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ହଁ ଆଜ୍ଞା, ନିର୍ବାଚନର ୨ ମାସ ପୂର୍ବରୁ ସାଇଲେଣ୍ଟ ଜୋନକୁ ଚାଲିଥିବା ଶ୍ରୀମୟୀ ପୁଣି ଥରେ ନିଜ ପୁରୁଣା ଅବତାରକୁ ଫେରିଛନ୍ତି । ବିଜେଡିରୁ ଟିକେଟ କଟିବା ପରେ ଶ୍ରୀମୟୀ ବିଜେଡି ସହ ରାଜଧାନୀରୁ ବି ଦୂରେଇ ଯାଇଥିଲେ । ୬ ମାସ ହେବ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଭାବେ ବୁଲିବୁଲି ପ୍ରଚାର କଲେ କିନ୍ତୁ ଶେଷରେ ତାଙ୍କ ନାଁରେ ଦଳ ମୋହର ମାରିନଥିଲା । ଶ୍ରୀମୟୀଙ୍କ ପାଇଁ ଦଳ ଏକ ନୂଆ ରାସ୍ତା ପ୍ରସ୍ତୁତ କରିଥିବା ବେଳେ ପରବର୍ତ୍ତୀ ସମୟରେ ନିଜେ ହିଁ ସେ ରାସ୍ତାର ଗତିପଥ ବଦଳାଇଦେଇଥିଲେ । ଏହା ପରେ ଶ୍ରୀମୟୀ ସମସ୍ତଙ୍କ ଠାରୁ ଦୂରରେ ରହିଥିଲେ । ଏପରିକି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଶ୍ରୀମୟୀ ଏକଦମ ନିଷ୍କ୍ରିୟ ହୋଇଯାଇଥିଲେ । ଯାହା ପରେ ଶ୍ରୀମୟୀଙ୍କୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଲା । ସେ ବିଜେଡି ଛାଡି ବିଜେପିରେ ସାମିଲ ହେବେ ବୋଲି ସାଧାରଣରେ ଆଲୋଚନା ଚାଲିଥିଲା । କିନ୍ତୁ ଏବେ ନିର୍ବାଚନ ପରେ ସେ ପୁଣି ନିଜ ରୋଲକୁ ଫେରିଆସିଛନ୍ତି । ପୂର୍ବରୁ ଯେମିତି ରାଜଧାନୀରେ ବୁଲିବୁଲି ଲୋକସମ୍ପର୍କ ବଢାଉଥିଲେ , ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ସେହିଭଳି ଜନସମ୍ପର୍କ ବଢାଇବାରେ ଲାଗିଛନ୍ତି । ଏପରିକି ବିଜେଡିର ଦଳୀୟ ନେତାଙ୍କ ସହ ନଜର ମଧ୍ୟ ଆସୁଛନ୍ତି । ଏବଂ ସେସବୁକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି । କିନ୍ତୁ ଏହି ୨ ମାସ ମଧ୍ୟରେ ଶ୍ରୀମୟୀ କେଉଁଠି ଥିଲେ, କଣ ଯୋଜନା କରୁଥିଲେ ତାକୁ ନେଇ ସସପେନ୍ସ ବଢିଛି । କାହିଁକି ନା ନିର୍ବାଚନ ବେଳେ ଅଦୃଶ୍ୟ ହୋଇଯିବା ଶ୍ରୀମୟୀ ନିର୍ବାଚନ ପରେ ପୁଣି ଥରେ ନିଜ ଦଳୀୟ ନେତାଙ୍କ ସହ ନଜର ଆସିବା କିଛି ଅନ୍ୟ ଦିଗକୁ ଇସାରା କରୁଛି । ତେବେ ଶ୍ରୀମୟୀ ଦଳୀୟ ନେତାଙ୍କ ସହ ନଜର ଆସୁଛନ୍ତି ସତ କିନ୍ତୁ ସେ କୌଣସି ବି ପୋଷ୍ଟରେ ବିଜେଡିକୁ ଟ୍ୟାଗ କରୁନଥିବାରୁ କି ସେ ବିଜେଡି ସହିତ ଏବେ ବି ଅଛନ୍ତି ବୋଲି ସେନେଇ କିଛି ବି ସ୍ପଷ୍ଟ କରୁନାହାନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ତେବେ ଦେଖାଯାଉ ଆଗାମୀ ଦିନରେ ଶ୍ରୀମୟୀଙ୍କ ରାଜନୈତିକ ଭବିଷ୍ୟତ କେଉଁ ମୋଡ ନେଉଛି ଏବଂ ସେ କେଉଁ ଭୂମିକାରେ ବିଜେଡିରେ ନଜର ଆସୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *